ସାଧାରଣ ପିଲାଙ୍କଠାରୁ ଆରୁଷ ସାମାନ୍ୟ ଭିନ୍ନ । ପ୍ରଥମେ କଥା କହିବାରେ ସମସ୍ୟା ହେବାରୁ ଚିନ୍ତାରେ ଥିଲେ ବାପା-ମାଆ । ଏବେ କିନ୍ତୁ ଆରୁଷଙ୍କ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ପ୍ରଶ୍ନର ଉତ୍ତରକୁ ମୁଖସ୍ତ କରିପାରୁଛନ୍ତି ଆରୁଷ । ଯାହାକୁ ନେଇ ତାଙ୍କ ପରିବାର ଲୋକେ ବେଶ ଖୁସି ।ଆଗାମୀ ଦିନରେ ଆରୁଷ ଆହୁରି ସଫଳତା ହାସଲ କରିବା ସହ ରାଜ୍ୟ ତଥା ଦେଶର ନାଁ ରଖିବେ ବୋଲି ଆଶାବାଦୀ ।
ସାଧାରଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଆରୁଷ

ଅର୍ଗସ ବ୍ୟୁରୋ: ପୁରୀ ନିମାପଡା ବଉଳପଦା ଗାଁର ବିସ୍ମୟ ବାଳକ ଆରୁଷ ମହାପାତ୍ର । ସାଧାରଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରୁଷ । ଏତେ କମ ବୟସରେ ମଧ୍ୟ ଅସାଧାରଣ ପ୍ରତିଭାର ଅଧିକାରୀ । ଯେକୌଣସି ଦେଶ କିମ୍ବା ରାଜ୍ୟର ରାଜଧାନୀ ନାଁ ପଚାରିଲେ ଦେଉଛନ୍ତି ଫଟାଫଟ ଉତ୍ତର । ଖାଲି ଏତିକି ନୁହେଁ ବିଭିନ୍ନ ଶ୍ଲୋକଠାରୁ ଆରମ୍ଭ କରି ବିପରୀତ ବୋଧକ ଶବ୍ଦ, ସ୍ବାଧୀନତା ସଂଗ୍ରାମୀଙ୍କ ନାଁକୁ ମଧ୍ୟ ସେ ମୁଖସ୍ତ କରିଛନ୍ତି । ବହି ପଢ଼ିବା ସହ ଆଧ୍ୟାତ୍ମିକ ପ୍ରତି ରୁଚି ରଖନ୍ତି ଏହି ବିଷ୍ମୟ ବାଳକ ଆରୁଷ ।
Download Argus News App
