ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଗାଁ ଅମର୍ଦା ପଞ୍ଚାୟତ ଦୁଆର୍ଶୁଣି ମଝିସାହି ଠାରେ ଏକ ହାତୀ ଛୁଆର ମୃତଦେହ ଠାବ କରିଛି ରାସଗୋବିନ୍ଦପୁର ବନବିଭାଗ। ସୂଚନା ଅନୁସାରେ ୬୫ ଟିକିଆ ଝାଡ଼ଖଣ୍ଡ ହାତୀପଲ କିଛିଦିନ ହେଲା ରାସଗୋବିନ୍ଦପୁର ରେଞ୍ଜ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଥିଲେ। ଆଜି ଦୁଆର୍ଶୁଣି ମଝିସାହି ବିଲ ମଝିରେ ହାତୀ ଛୁଆର ମୃତଦେହ ପଡିଥିବାର ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀ ଛୁଆର ମୃ୍ତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଶବ ବ୍ୟବଚ୍ଛେଦ ଚାଲିଥିବାର ରେଞ୍ଜ ଅଧିକାରୀ ଅଶୋକ କୁମାର ମାଝୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନ ଜରୁରୀ ଅବତରଣ କଲା। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ। ଟେକଅପ୍ କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି। କୁଆପଥର ମାଡ଼ ଯୋଗୁଁ ବିମାନର ୱିଣ୍ଡସିଲ୍ ଭାଙ୍ଗିଯାଇଛି।
ତେବେ ବିମାନରେ ୧୭୦ ଜଣ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏହି ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୃଥିବୀର ଦ୍ବିତୀୟ କ୍ଷୁଦ୍ରତମ ଦେଶ ମୋନାକୋ । ଯାହାର ଲୋକସଂଖ୍ୟା ପାଖାପାଖି ୪୦ ହଜାର । ହେଲେ ଏହି ଦେଶରେ ଏକ ତୃତୀୟାଂଶ ଲୋକ କୋଟିପତି । ଯାହାଙ୍କ ପାଖରେ ପାଖାପାଖି ୧୦ ଲକ୍ଷ ଡଲାରରୁ ଅଧିକ ଟଙ୍କା । ଏବଂ ପ୍ରତ୍ୟେକ ନାଗରିକଙ୍କ ବର୍ଷକୁ ହାରାହାରି ଆୟ ୨ କୋଟିରୁ ଅଧିକ ଅଟେ । ବିଶେଷ ଭାବେ ଏହି ଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବାସ କରନ୍ତି । ମୋନାକୋର ଅର୍ଥନୀତି ଏହି ଦେଶର ପର୍ଯ୍ୟଟନ ଉପରେ ନିର୍ଭର କରେ । ଏହି ଦେଶରେ ବାସିନ୍ଦାଙ୍କୁ ଇନକମ ଟ୍ୟାକ୍ସ ଦେବାକୁ ପଡେ ନାହିଁ । ସେଥିପାଇଁ ଅନ୍ୟଦେଶରେ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ଏଠାରେ ଜାଗା କିଣି ଘର କରି ରହିବାକୁ ପସନ୍ଦ କରିଥାନ୍ତି । ଏହି ଦେଶକୁ ଦୂନିଆର "ଧନୀ ଲୋକଙ୍କ ରାଜଧାନୀ" ବୋଲି କୁହାଯାଇଥାଏ
ଅଧିକ ପଢନ୍ତୁ : ଆମାଜନ ନଦୀରେ କାହିଁକି ନାହିଁ ପୋଲ ?
ମୋନାକୋ ଦେଶର କ୍ଷେତ୍ରଫଳ ହେଉଛି ୧.୯୫ ବର୍ଗ କିଲୋମିଟର । ଏହି ଦେଶର ପ୍ରମୁଖ ଖେଳ ହେଉଛି ଜୁଆ । ଏଠାରେ ଥିବା କ୍ୟାସିନୋରେ ପର୍ଯ୍ୟଟକ ମାନେ ଜୁଆ ଖେଳିବା ସହ ସ୍ଥାନର ମଜା ନେଇଥାନ୍ତି । ମୋନାକୋର ରିୟଲ ଏଷ୍ଟେଟ ବଜାରକୁ ଦୂନିଆର ସବୁଠୁ ମହଙ୍ଗା ବଜାର ବୋଲି କୁହାଯାଇଥାଏ । ବିଶେଷଭାବେ ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ ଆଦି ଦେଶର ଲୋକମାନେ ଏହିଠାରେ ରହି ନିଜର ବିଜନେସ କରିଥାନ୍ତି ।