ବଡ଼ଟଣାର ବିଧାୟକ ପାର୍ଥୀ ଟିକେଟ ପାଇଁ ଏବେ ଟଣାଓଟରା ଲାଗିଲେଣି ବିଜେଡ଼ିର ଦୁଇ ନେତା । ଗୋଟିଏ ପଟେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଜନ୍ମେଜୟ ଲେଙ୍କା ଟିକଟ୍ ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ବେଳେ । ସେପଟେ ପୁଣି ଥରେ ଟିକେଟ ଆଶାରେ ଅଛନ୍ତି ବଡ଼ଚଣାର ବିଧାୟକ ଅମର ଶତପଥୀ । କିଏ ଟିକେଟ ପାଇବ ତାକୁ ନେଇ ଚାଲିଛି ଅଙ୍କକଶା ।
ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳ ମିଶିଥିଲେ ବିଧାୟକ ପାର୍ଥି ଜନ୍ମେଜୟ ଲେଙ୍କା । ମିଶିବା ସହ ବଡ଼ଚଣା ବିଜେଡ଼ି ଓ ବିଧାୟକଙ୍କୁ ବିଜୟ କରିବାରେ କୁଆଡ଼େ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଥିଲେ । ସେତେ ବେଳେ ୨୦୨୪ ଟିକେଟ ପାଇଁ ଦଳର ଟାଣୁଆ ନେତା ବବି ବାବୁ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
୨୦୧୯ ନିର୍ବାଚନ ଫଳାଫଳ ପର ଦିନରୁ ଜନ୍ମେଜୟ ଓ ବିଧାୟକ ଅମରଙ୍କ ଭିତରେ ଫାଟ ସୃଷ୍ଟି ହୋଇ ଆଜି ବିରୋଧ ଦିଗରେ ପରିଣତ ହୋଇଛି । ବନ୍ଧୁ ମିଳନ ସଭାରେ ବିଧାୟକଙ୍କ ଜନ ବିରୋଧି ନୀତିକୁ ବଖାଣିବା ସହ, ବଡ଼ଚଣା ବିଜେଡ଼ି ଦଳ ସୀମିତ ହାତ ଗଣତି କୁଜି ନେତାଙ୍କ ପକେଟରେ ରହିଛି ବୋଲି ପ୍ରକାଶ କରିଥିଲେ ।
ପୁର୍ବତନ ବ୍ଲକ ଅଧ୍ୟକ୍ଷ କହିଛନ୍ତି, ବିଧାୟକ ଅମର ପ୍ରସାଦ ଶତପଥୀ ବାରମ୍ବାର ଅନେକ ଆଗୁଆ ଓ ସଚୋଟ କର୍ମୀ ନେତାଙ୍କୁ ଅଣଦେଖା କରନ୍ତି । ଟିକେଟ ହାତେଇ ଆମ ମାନଙ୍କ ସହଜୋଗ ନେଇ ନିର୍ବାଚନ ଜିତିବା ପରେ ଆଉ ଆମକୁ ଖୋଜନ୍ତି ନାହିଁ । ଏହା ତାଙ୍କର ନୀତି ଦିନିଆ ଅଭ୍ୟାସ । ବଡ଼ଚଣାରେ ନେତୃତ୍ବ ପରିବର୍ତ୍ତନର ଆବଶ୍ୟକ ରହିଛି, ବିଧାୟକଙ୍କୁ ଦଳ ବିତାଡିତ କରୁ ନୂଆ ପ୍ରତିଭାଙ୍କୁ ଦଳ ସୁଯୋଗ ଦୋଉ । ବଡ଼ଚଣା ବିଜେଡ଼ି କଳିରେ କିଏ ମାରିବ ବାଜି , କିଏ ହାତେଇବା ଦଳୀୟ ଟିକେଟ, ରାଜ୍ୟ ବିଜେଡ଼ି କାହା ଉପରେ କରିବ ଭରଷା ତାହା ଦେଖିବାକୁ ବାକି ।