ଗ୍ରାମବାସୀଙ୍କ ବାରମ୍ବାର ସରକାର ପାଖରେ ଦାବି ପରେ ବୌଦ୍ଧ ବିଧାୟକ ତଥା ପଂଚାୟତ ରାଜ ମନ୍ତ୍ରୀ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କଲେ । ସେତୁ ନିର୍ମାଣ ଆରମ୍ଭ ହେଲା କିନ୍ତୁ ନିର୍ମାଣ କାଯ୍ୟ ଆଜକୁ ୪ବର୍ଷ ହେଲା ସମାପ୍ତ ହୋଇ ପାରୁ ନାହିଁ । ଆଉ ଗ୍ରାମବାସୀ ଙ୍କ ଦୁଃଖ ଯଥା ପୂର୍ବମ ତଥା ପରମ ସ୍ଥିତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ମନରେଗା ଯୋଜନାରେ ୨୦୧୮-୨୦୧୯ ଆର୍ଥୀକ ବର୍ଷରେ ୨୦ଲକ୍ଷ ଟଙ୍କା ବେୟ ଅଟକଳ ରେ ସେତୁ ନିର୍ମାଣ କାର୍ଯ୍ୟ DRDA ପକ୍ଷରୁ ଆରମ୍ଭହେଲା । ଏଥିପାଇଁ ଉଭୟ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଲା। କିନ୍ତୁ ବିଡମ୍ବନାର ବିଷୟ ବର୍ଷ ପରେ ବର୍ଷ ଗଢ଼ୁଛି ହେଲେ ସେତୁ ନିର୍ମାଣ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି ।
ଅନ୍ୟପଟେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ହରଭଙ୍ଗା ବିଡ଼ିଓ ।ନିର୍ବାଚନ ଆସିଲେ ନେତା ଆସୁନ୍ତି , ପ୍ରତିଶୃତି ମଧ୍ୟ ଦିଅନ୍ତି କିନ୍ତୁ ଆଜି ପଯ୍ୟନ୍ତ ଗାଁକୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଣୁ ଏଥର ମିଛ ରାଜନୀତି ନୁହେଁ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ପାଇଁ ଚରମ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: