ବାହୁଡ଼ା ପହଣ୍ଡି ଶେଷ ହେବା ପରେ ସାଢ଼େ ୨ଟାରୁ ସାଢ଼େ ୩ ମଧ୍ୟରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ଅପରାହ୍ନ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ବାହୁଡା ଯାତ୍ରା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡା କଡି କରାଯାଇଛି । ରଥମ ଉପରେ ଯେପରି ଅଣସେବାୟତ ନଚଢନ୍ତି... ରଥ ଉପରେ ମୋବାଇଲ ବ୍ୟବହାର ନହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଅନ୍ୟପଟେ ସେବାୟତ ବେଶରେ ଦର୍ପଦଳନ ରଥରେ ଅଣସେବକ ଚଢିଛନ୍ତି । ଏହା ଜଣାପଡିବା ପରେ ସେମାନଙ୍କୁ ରଥରୁ ଓହ୍ଲାଇଛି ପ୍ରଶାସନ । କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।