ଏଣୁ ଏହାକୁ ଆଧାର କରି ସୁବର୍ଣ୍ଣପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ଦିବ୍ୟ ରଂଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ କଲ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା।ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ସହ ୪୦ ଟି ପର୍ଯ୍ୟାୟରେ ୨୬ ଲକ୍ଷଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟ ରଂଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାରେ ସ୍ମପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବବୋଲି ସୁବର୍ଣ୍ଣପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣା

ଅର୍ଗସ ବ୍ୟୁରୋ : ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଛି । ମୃତ୍ୟୁର କାରଣ ଥିଲା ନ୍ୟୂଡ କଲ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେବାପରେ ଘଟଣା ଉପରୁ ପର୍ଦ୍ଦା ହଟିଛି । ବରପାଲି ପଂଜାବ ନେସେନାଲ ବ୍ୟାଙ୍କର କର୍ମଚାରୀ ଦିବ୍ୟ ରଂଜନ ମିଶ୍ର ଗତ ଅଗଷ୍ଟ ମାସ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣାପରେ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସମୟରେ ସେ ବିଭିନ୍ନ ଏକାଉଂଟଙ୍କୁ ଲକ୍ଷାଧିକ ଟଙ୍କା ପଠାଇଥିବା କଥା ମଧ୍ୟ ପରିବାର ଲୋକ କହିଥିଲେ ।
Download Argus News App
