ସାମ୍ନାକୁ ଆସିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ କେଳେଙ୍କାରୀର ବଡ଼ ପ୍ରମାଣ। ଭଦ୍ରକସ୍ଥିତ ବରପଦା ଇଂଜନିୟରିଂ କଲେଜରେ ବଡ଼ କେଳେଙ୍କାରୀ ।
ବରପଦା ଇଂଜିନିଂୟରିଂ କଲେଜର ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି କଲେଜର କର୍ମଚାରୀ। ୧୭ ମାସ ହେଲା ଦରମା ପାଇନାହାନ୍ତି । ହେଲେ ସେମାନଙ୍କ କଥା ଶୁଣୁନାହାନ୍ତି କଲେଜ ମ୍ୟାନେଜିଂ କମିଟି ଚେୟାରମ୍ୟାନ୍ ତଥା ଟାଣୁଆ ବିଜେଡି ନେତା ପ୍ରୟାସକାନ୍ତି ସାମଲ। ଏପଟେ ଦେଖନ୍ତୁ ଅର୍ଗସ ହାତରେ ଲାଗିଥିବା ଏଇ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ ଉପରେ। ୨୦୦୯ ପରଠାରୁ ପ୍ରୟାସକାନ୍ତି ସାମଲଙ୍କ ନାଁରେ କିଣାହୋଇଛି ଦାମୀ କାର। ୧୪ରୁ ଅଧିକ କାର କା ରହିଛି ବିଜେଡି ରାଜ୍ୟ ସଂପାଦକ ପ୍ରୟାସକାନ୍ତି ସାମଲଙ୍କ ନାଁରେ। ଏଇ କାର ଭିତରେ ଅଛି ୩ଟି ପ୍ରି ଲ୍ୟାଣ୍ଡର, ପାଜେରୋ, ସଫାରି ଡିକୋର, ସଫାରି ମାଇନର ଭଳି କାର। ଅଭିଯୋଗ ଅନୁସାରେ ପ୍ରୟାସକାନ୍ତି ଏସବୁ କାର କିଣିଛନ୍ତି କଲେଜ ଟଙ୍କାରେ । ଖାଲି ପ୍ରୟାସକାନ୍ତି ନୁହେଁ, ତାଙ୍କ ଭାଇ ପ୍ରୟାଗକାନ୍ତି ସାମଲଙ୍କ ନାଁରେ ବି କଲେଜ ଫଣ୍ଡରୁ କିଣା ହୋଇଛି ଦାମୀ ଗାଡି। ଏପଟେ କଲେଜ ଟଙ୍କାରେ ମଉଜ ମସ୍ତି ଆଉ ସେପଟେ ମାସ ମାସ ହେଲା ଦରମା ପାଉନାହାନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅନ୍ୟମାନେ ।
ପୂର୍ବରୁ କଲେଜ ପରିଚାଳନା ଦାୟିତ୍ବ ନେଇଥିଲେ ଜିଲ୍ଲାପାଳ। ସେତେବେଳେ ମାସକୁ ମାସ ଦରମା ମିଳୁଥିଲା କର୍ମଚାରୀଙ୍କୁ। ହେଲେ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପରେ ପରିଚାଳନା ଦାୟିତ୍ବରେ ପ୍ରୟାସକାନ୍ତି ସାମଲ। କୋର୍ଟଙ୍କ ନିର୍ଦ୍ଦେଶ କହୁଛି ମାସକୁ ମାସ କର୍ମଚାରୀଙ୍କୁ ମିଳିବ ଦରମା । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଘଂନ କରିଛନ୍ତି ପ୍ରୟାସକାନ୍ତି ସାମଲ ଓ ତାଙ୍କ ଟିମ୍। ଏବେ ବଡ଼ ପ୍ରଶ୍ନ କୁଆଡେ ଗଲା ପ୍ରୟାସକାନ୍ତିଙ୍କ ନାଁରେ କିଣାଯାଇଥିବା ଦାମୀ କାର ? ଏତେ କାରର କଣ ଥିଲା ଆବଶ୍ୟକତା , ଗାଡି ବିକ୍ରି ହୋଇଛି ଯଦି ସେ ଟଙ୍କା ଗଲା କୁଆଡେ ? ସାମଲ ପରିବାର ମାଲେମାଲ୍ ଏପଟେ ଦୁର୍ଦ୍ଦିନରେ କଲେଜ କର୍ମଚାରୀ । ପ୍ରୟାସକାନ୍ତିଙ୍କ ନାଁରେ ଥାନାରେ ଅଭିଯୋଗ ବି ହୋଇଥିଲା, ହେଲେ ନୋ ଆକସନ୍।
ପ୍ରତିବର୍ଷ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆଡମିଶନ କରୁଥିବା ବେଳେ କୁଆଡେ ଯାଉଛି ସେ ଟଙ୍କା, କର୍ମଚାରୀଙ୍କ ପେଟରେ କିଏ ମାରିଛି ଲାତ ? କାହିଁକି ଅନଲାଇନରେ ଟ୍ରାନଜାକସନ୍ ନ ହୋଇ କ୍ୟାସରେ ହେଉଛି କାରବାର, କାହିଁକି ମୁହଁ ଖୋଲୁନାହାନ୍ତି ପାୱାରଫୁଲ୍ ବିଜେଡି ନେତା ପ୍ରୟାସକାନ୍ତି ସାମଲ ?