ମୟୂରଭଞ୍ଜ: ଆକାଶରୁ ହେଉଛି ଅଗ୍ନି ବୃଷ୍ଟି । ଉତ୍ତପ୍ତ ତାପମାତ୍ରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ସୃଷ୍ଟି କରି ପୁଣି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ଵରର ତଥ୍ୟ ମୁତାବକ ସୋମବାର ବାରିପଦାର ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ହୋଇଛି । ଗତକାଲି ଅପେକ୍ଷା ଆଜି ତାପମାତ୍ରା ରେ ୩.୩ ଡିଗ୍ରୀ ବୃଦ୍ଧି ଘଟି ଆଜି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବରେ ରେକର୍ଡ଼ କରିଛି । ତେବେ କିଛି ଦିନ ପୂର୍ବରୁ ପାଗ ମେଘୁଆ ଥିବାବେଳେ ହଠାତ୍ ପାରଦ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବୋମା ଆତଙ୍କ । ଦିଲ୍ଲୀର ୮ଟି ସ୍କୁଲକୁ ବୋମାମାଡ ଧମକ । ଏକ ନିର୍ଦ୍ଦିଷ୍ଟ ମେଲରୁ ଏହି ଧମକ ଆସିଛି । ଏହାପରେର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୋମାମାଡ ଧମକ ପରେ ସ୍କୁଲ ଗୁଡିକୁ ତୁରନ୍ତ ଖାଲି କରାଯାଇଛି । ଏପରିକି ମଦର ମେରି ସ୍କୁଲର ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଧମକପୂର୍ଣ୍ଣ ଇମେଲ ଆସିଥିବା ସ୍କୁଲ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ବୋମା ନିଷ୍କ୍ରିୟକାରୀ ଟିମ୍, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଅଛନ୍ତି । ଆଜି ସକାଳୁ ଚାଣକ୍ୟପୁରୀର ସଂସ୍କୃତି ସ୍କୁଲ, ମୟୂର ବିହାରର ମଦର ମେରି ସ୍କୁଲ, ଦ୍ବାରକାର ଦିଲ୍ଲୀ ପବ୍ଲିକ ସ୍କୁଲକୁ ଧମକ ପୂର୍ଣ୍ଣ ଇମେଲ ଆସିଥିଲା । ଏହାପରେ ଅନ୍ୟ କିଛି ସ୍କୁଲକୁ ଧମକପୂର୍ଣ୍ଣ ମେଲ ଆସିଥିଲା ।