ଗାଁରେ ପାନୀୟଜଳ ଯୋଗାଣ ଏକ ବଡ଼ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ସୋଲାର ଟାଙ୍କି ଲଗାଯାଇଥିଲା ଯାହା ଏବେ ଅଚଳ। ଦୀର୍ଘ ୩ ବର୍ଷ ହେବ ପାଣି ଆସୁନାହିଁ,ଫଳରେ ତାହା ଏବେ ନଷ୍ଟ ହେବାକୁ ବସିଛି। ଗାଁ ଦାଣ୍ଡରେ ଗୋଟିଏ ମାତ୍ର ଟିୱେଲ ରହିଛି କିନ୍ତୁ ସେହି ପାଣି ପୁରା ଗାଁ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଗାଁ ଲୋକେ ପାଖରେ ଥିବା ଝରଣା ଏବଂ ଚୁଆରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି ଦିନ ରାତି ପାହିଲେ ଗରା ମଠିଆ ଧରି ଜଙ୍ଗଲର ଅଙ୍କାବଙ୍କା ରାସ୍ତା ଦେଇ ଚୁଆ ପାଖକୁ ଯାଉଛନ୍ତି। ଆଉ କାହା ପାଇଁ ଝରଣାର ଗୋଳିଆ ପାଣି ସାଜିଛି ପାନୀୟ ଜଳ।ତଳ ଗୁରଟି ଗାଁରେ ୭୭ ପରିବାର ବସବାସ କରନ୍ତି। କିନ୍ତୁ ଅଳ୍ପ କେତେ ଘରକୁ ଆବାସ ଯୋଗାଇ ଦିଆଯାଇଛି। ସେଥିରୁ ବି ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
ଦୀର୍ଘ ୨୪ ବର୍ଷ ବିଜେଡି ଶାସନ କାଳରେ ଗାଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ନୂତନ ସରକାରରେ ସମସ୍ୟାର ସମାଧାନ କରିବେ ବୋଲି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: