ସେପଟେ ଦିନକୁ ଦନି ରାଜଧାନୀରେ ଅପରାଧ ବଢି ଚାଲିଛି । କେତେବେଳେ ଚେନ୍ ଚୋରି ତ କେତେବେଳେ ଆପାର୍ଟମେଣ୍ଟରେ ପସି ଚୋରି କରୁଛନ୍ତି ଦୂର୍ବୃତ୍ତ । ଏମିତି କି ଏବେ ରାଜଧାନୀରେ ରହିବାକୁ ଲୋକେ ଆଉ ସୁରକ୍ଷିତ ମନେ କରୁନାହାନ୍ତି । ସକାଳୁ ମର୍ଣ୍ଣିଂ ୱାକ୍ ହେଉ କି ଏକାକୀ ବଜାର ଯିବା ବେଳେ ଚୋରିକୁ ନେଇ ଲୋକଙ୍କ ମନରେ ଭୟ ରହୁଛି । କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବାବେଳେ ଏବେ ଆକ୍ସନ ମୋଡରେ ପୋଲିସ । ଅନେକ ଅପରାଧୀ ବଡ ବଡ କାଣ୍ଡ ଭିଆଇ ବସ୍ତିରେ ଲୁଚୁଥିବାର ଖବର ମିଳୁଛି । ଫଳରେ କମିସନରେଟ ପୋଲିସ ଏବେ ବସ୍ତିରେ ପାଟ୍ରୋଲିଂ କରୁଥିବା ସୂଚନା ରହିଛି ।
ଆହୁରି ପଢନ୍ତୁ ଅପରାଧ ଖବର...