ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968 ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940 ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରୀ କୋଠାକୁ ଭଙ୍ଗାଯିବ । ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ । ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ ।
ସେପଟେ ଯୋଜନା ମୁତାବକ 10 ହଜାର ବର୍ଗ ଫୁଟ ପରମିତ ଜାଗାରେ 4 ମହଲା କୋଠା ବିଶିଷ୍ଟ ପାଇଁ 20 କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କନଫରେନ୍ସ ହଲ୍ ସହିତ ଲିଫ୍ଟ ନିର୍ମାଣ କରାଯିବ । ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି । ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ତେବେ ଗଞ୍ଜାମ ବାର ଆସୋସିଏସନରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।