ତେବେ ଏହି ଦୁର୍ନୀତିର ଅଭିଯୋଗ ପାଇ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀ ମାନେ ଗୁଜିଦରଡ଼ା ପଞ୍ଚାୟତକୁ ଆସିଥିଲେ । ତାଙ୍କୁ ସରପଞ୍ଚଙ୍କ ନେତୃତ୍ୱରେ ସେଠାକାର ଲୋକ ମାନେ ତୀବ୍ର ବିରୋଧ କରି ଫେରାଇ ଦେଇଥିଲେ । ପୁଣିଥରେ ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ପହଞ୍ଚିଥିଲେ । ଯାହାକୁ ସ୍ଥାନୀୟ ବିଜେଡ଼ି ସରପଞ୍ଚ ତୀବ୍ର ବିରୋଧ ମଧ୍ୟ କରିଛନ୍ତି ।
ଫଳରେ ଏହାକୁ ନେଇ ସରପଞ୍ଚ-ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମୁହାଁମୁହିଁ ହୋଇଥିଲେ । ତେଣୁ ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେଣୁ ଭଦ୍ରକ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ବାଲେଶ୍ୱର, ଯାଜପୁର ଓ ଟିଟିଲାଗଡ଼ରୁ ଆସିଥିବା ବୈଷୟିକ ଟିମ ଏହି ପଞ୍ଚାୟତର ବିଭିନ୍ନ ରାସ୍ତା କାର୍ଯ୍ୟରେ ମାନ ଖୋଳି ଦେଖିବା ସହିତ ମାପ ଚୁପ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ତେବେ ଏହି ପଞ୍ଚାୟତରେ ୧୮ ଗୋଟି ପ୍ରକଳ୍ପର ରାସ୍ତା ଓ ଡ୍ରେନ ଆଦି ନିର୍ମାଣରେ ପ୍ରାୟ ୧ କୋଟି ଟଙ୍କାର ଉର୍ଦ୍ଧ ମିଥ୍ୟା ବିଲ କରାଯାଇଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଅନୁଯାୟୀ ଆଜି ପ୍ରବଳ ବିରୋଧ ସତ୍ୱେ ଭିଜିଲାନ୍ସ ଟିମ ଏହାର ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତ ପାଇଁ ଆସିଲା ବେଳେ କାହିଁକି ସରପଞ୍ଚଙ୍କୁ ଅବଗତ କରାଗଲା ନାହିଁ ବୋଲି ସରପଞ୍ଚ ପ୍ରଥମେ ବିରୋଧ କରିଥିବା କହିଥିଲେ । ଏ ତଦନ୍ତର ଦିଗ କୁଆଡ଼େ ଯିବ ତାକୁ ଦେଖିବାକୁ ବାକି ରହିଲା । ନା ଉପର ଅଧିକାରୀଙ୍କ ଚାପରେ ଚେପା ହୋଇଜିବ ଭିଜିଲାନ୍ସ ।