ଅଧିକ ପଢନ୍ତୁ ଓଡ଼ିଶା ଖବର
ବାରମ୍ବାର ଅଭିଯୋଗ ପରେ ବି ବିଏମସି ଚୁପ ବସିଥିବାରୁ ଏବେ ଚରମ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ବିଜେପି । ଭୁବନେଶ୍ବର ଗାଢକଣ ଡମ୍ପିୟାର୍ଡର ଦୁର୍ଗନ୍ଧରେ ଅତିଷ୍ଠ ସ୍ଥାନୀୟ ଜନସାଧାରଣ । ଆବର୍ଜନାର ଦୁର୍ଗନ୍ଧ କାରଣରୁ ପ୍ରଭାବିତ ହୋଇଛି ଜନଜୀବନ । ଛୋଟଛୁଆଠାରୁ ଆରମ୍ଭ କରି ଗର୍ଭବତୀ, ବୟସ୍କ ବ୍ୟକ୍ତିମାନେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି ।
ଏହାର ପ୍ରତିବାଦରେ ପୂର୍ବରୁ ଇଛାମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ଅଞ୍ଚଳବାସୀ । ବଜେପି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ସ୍ଥାୟୀ ସମାଧାନ ଦାବିରେ ଆଜିଠୁ ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଗାଢକଣର ଅଳିଆକୁ ନେଇ ଲୋକେ ଅତିଷ୍ଟ ହୋଇପଡ଼ିଥିବା ବେଳେ ବିଏମସିର ମଧ୍ୟ ବଢ଼ିଛି ମୁଣ୍ଡବିନ୍ଧା । କେବେ ଏହାର ସ୍ଥାୟୀ ସମାଧାନ ହେଉଛି ଦେଖିବାକୁ ଅପେକ୍ଷା ।