ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଜେଲ୍ ନା ବେଲ୍ । ମଦ ଦୁର୍ନିତୀ ମାମଲାରେ ସିଏମ କେଜ୍ରିୱାଲଙ୍କ ଜାମିନ ହେବ କି ନାହିଁ ଏହା ଆସନ୍ତାକାଲି ଘୋଷଣା କରାଯିବ। କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି।
ସିବିଆଇ ମାମଲାରେ ଦାଖଲ ହୋଇଥିବା ଜାମିନ ଆବେଦନ ଏବଂ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ ବେଞ୍ଚ ଏହି ନିଷ୍ପତ୍ତି ଦେବ।କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ସଂରକ୍ଷିତ ରଖିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇପସ। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ। ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସନ୍ଦେହ। ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡର। ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୩ ଟି ଅଲଗା ଅଲଗା ଜାଗାରୁ କେସ ଆସିଥିଲା। ତାଙ୍କ ଗାଁକୁ ଟିମ୍ ପଠାଯାଇଛି। ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ। ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହେଇଛି କି ନାହିଁ ତାହା ପରୀକ୍ଷା କରାଯିବ। ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ।
ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ। ଏଲିସା ମେଥଡ ରେ ଏହାକୁ ଚିହ୍ନଟ କରାଯାଇପାରିବ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ। ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ ଟିକ କମୁଡ଼ିଥାନ୍ତି। ଟିକ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ। ଏହା ପରେ ଦେହରେ ଜର ରହିବ। ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି, ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି। ତେବେ ତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା କରନ୍ତୁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଲୁହା କଡ଼େଇରେ ରନ୍ଧା ହଉଛି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ଅବଢ଼ା ଅନ୍ନ । ଏନେଇ ବିଭିନ୍ନ ମହଲରେ ଦେଖାଦେଇଛି ଅସନ୍ତୋଷ । ଏଇ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।
ରୋଷଘର ଶୃଙ୍ଖଳା ପାଇଁ ପାଳିଆ ମହାସୁଆର, ରୋଷ ଅମିନ, ରୋଷ ପାଇକଙ୍କୁ ଚିଠି କରିବ ସୁଆର ମହାସୁଆର ନିଯୋଗ। କଡ଼େଇ ଗୁଡ଼ିକୁ କିଭଳି ରୋଷଘରୁ ବାହାର କରାଯିବ ସେନେଇ ଖୁବ୍ ଶୀଘ୍ର ପଦକ୍ଷେପ ନେବ ସୁଆର ମହାସୁଆର ନିଯୋଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର