ବାହାଘର ପରେ ସେଠାରେ କୁଆଡ଼େ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ । କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ। ଆଉ ପରିବାର ଲୋକଙ୍କୁ ଭେଟୁଥିଲେ । ହେଲେ ରମାଙ୍କୁ ଭୁବନେଶ୍ୱର ଆଣୁନଥିଲେ । ତେଣୁ ରମାଙ୍କ ମନରେ ସନ୍ଦେହ ହୋଇଥିଲା । କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ତା’ପରେ ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ଆଜି ଜିତେନ୍ଦ୍ରଙ୍କ ବାହାଘର ହେଉଥିଲା । ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ବାହାଘର ହେଉଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହଠାତ୍ ବେଦୀରେ ପହଞ୍ଚିଥିଲେ ରମା । ଆଉ କହିଥିଲେ, ଜିତେନ୍ଦ୍ର ମୋର ପ୍ରଥମ ସ୍ୱାମୀ । ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ । ଆରୋପ ଓ ପ୍ରତ୍ୟାରୋପ ଚାଲିଲା । କହିବାକୁ ଗଲେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଅଟକିଲା ବାହାଘର । ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ବାହା ମଣ୍ଡପରେ ପହଞ୍ଚିଲା । ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା । ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ ।