କେନ୍ଦୁଝରରେ ୩୯.୫ ଡିଗ୍ରୀ, ସମ୍ବଲପୁରରେ ୩୯.୪, ହୀରାକୁଦରେ ୩୯.୨, ଝାରସୁଗୁଡାରେ ୩୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଉରକେଲାରେ ୩୮.୬, ଚାନ୍ଦବାଲିରେ ୩୮. ୪, ବାଲେଶ୍ବରରେ ୩୭.୭, ଭୁବନେଶ୍ବରରେ ୩୭.୨ ଡିଗ୍ରୀ ଛୁଇଁଛି ପାରଦ ।
ଦିନକୁ ଦିନ ତାପମାତ୍ରାରେ ଅସ୍ବାଭାବିକ ଭାବେ ପରିବର୍ତ୍ତନ ଘଟୁଛି । ବର୍ଷକ ୧୨ ମାସରୁ ଅଧିକାଂଶ ସମୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ତାତି ଅନୁଭୁତ ହେଉଛି । ସାଧାରଣତଃ ଏପ୍ରିଲ୍, ମେ' ମାସରେ ତାତି ଅଧିକ ରହିଥାଏ । ଏଭଳି ବଦଳୁଥିବା ପାଣିପାଗର ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପରିବେଶବିତ୍ ।
ଅଧକ ପଢନ୍ତୁ ଓଡ଼ିଶା ଖବର
ଗ୍ରୀନ ହାଉସ୍ ଇଫେକ୍ଟ, ଅତ୍ୟଧିକ ଏସିର ବ୍ୟବହାର କାରଣରୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଉଛି । ୨୦୨୩ ଅପେକ୍ଷା ୨୦୨୪ର ତାପମାତ୍ରା ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି ପରିବେଶବିତ୍ । ଆଜିର ମଣିଷ ଆଧୁନିକତାରେ ମସଗୁଲ ହୋଇ ଭବିଷ୍ୟତର ସ୍ବପ୍ନ ଦେଖୁଛି ହେଲେ, ପରିଣାମ ସ୍ବରୂପ ବଢ଼ିଚାଲିଛି ଗଛକଟା, ପ୍ରଦୂଷଣ । ପରିବେଶକୁ ସୁରକ୍ଷା ଦେବ କିଏ ? କିଭଳି ହେବ ପରିବେଶ ସନ୍ତୁଳନ ? ଯାହା ଏବେ ଏକ ବଡ଼ ଚିନ୍ତାର କାରଣ ।