ଅଧିକ ପଢନ୍ତୁ : ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ
ଅର୍ଗସ ବ୍ୟୁରୋ : ରସୁଲଗଡ଼ ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରସୁଲଗଡରୁ ବାଣୀବିହାର ଆଡକୁ ଆସୁଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଛି ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଙ୍କ ପରିଚୟ ମିଳିପାରିନାହିଁ। ଏପଟେ ଟ୍ରକ ଚାଳକଫେରାର ଥିବା ଜଣା ପଡିଛି।
ଅଧିକ ପଢନ୍ତୁ : ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ
ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା। ୭୦ ବର୍ଷ ବୟସରୁ ଅଧିକ ସମସ୍ତ ବର୍ଗର ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ୭୦ବର୍ଷରୁ ଅଧିକ ସମସ୍ତ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ଲାଭ ପାଇବେ। ଏହା ଦ୍ବାରା ୪.୫ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ଆୟୁଷ୍ମାନ କାର୍ଡ ଅଧୀନରେ ଦେଶର 70 ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ପାଇବେ ବୋଲି ଘୋଷଣା କରିଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଠକିଦେଲା 24 ବର୍ଷର ବିଜେଡି ସରକାର । ଅବଧି ସରିଗଲା । ହେଲେ ବିଜୁ ସେତୁ ଯୋଜନାରେ ସରିପାରିଲାନି କାମ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜଗଦଳପୁର ଗାଁକୁ ସ୍ବପ୍ନ ପାଲଟିଛି ସେତୁ । ଦୀର୍ଘ ଦିନର ଦାବି ପରେ 2018 ମସିହାରେ ବଡ଼ ନଦୀ ଉପରେ ସେତୁ ନିର୍ମାଣ ଲାଗି ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା । ଯାହାପାଇଁ ୧୪୮୯.୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଆଉ ସେତୁ ନିର୍ମାଣ କାମ 2020 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ 2024 ମସିହା ହୋଇଥିଲେ ସୁଦ୍ଧା ସେତୁ କାମ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଯାହା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି ।
ଠିକା ସଂସ୍ଥା ଓ ଆର୍.ଡି ବିଭାଗର ମଧୁଚନ୍ଦ୍ରିକାରେ କାମ ଖାଲି ବିଳମ୍ବ ହେଉଛି ତାହା ନୁହେଁ । ସେତୁ ଲୋକାର୍ପଣ ନହେଉଣୁ ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଏହା ସହ ବହୁ ସ୍ଥାନରେ ସିମେଣ୍ଟ ଛାଡ଼ି ଲୁହା ଛଡ଼ ଦେଖା ଦେଲାଣି । ଏପରିକି ସେତୁ ପାର୍ଶ୍ଵରେ ଯେଉଁ ସାଇଡ୍ ୱାଲ କରାଯାଉଛି ସେଥିରେ ବାଲି ଉପରେ କେବଳ ସିମେଣ୍ଟ ମଣ୍ଡ ଘାଣ୍ଟି ତିଆରି ହେଉଛି । ଯାହାର ଦୃଢ ବିରୋଧ କରିଛନ୍ତି ଗ୍ରାମବାସୀ । ସେପଟେ ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି ଅବଧି ସରିଯାଇଛି କି ନାହିଁ ଠିକ ଭାବେ ତଦନ୍ତ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ।
ବର୍ଷା ଦିନେ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଆସିକାକୁ ଯିବା ପାଇଁ 15 କିମି ଅଧିକ ବାଟ ବୁଲି ଯିବାକୁ ପଡୁଛି । ଏହି ସେତୁ ନିର୍ମାଣ ହେଲେ ଜଗଦଳପୁର, ମହାରାଜପୁର, ଅତରଙ୍ଗ, ବାଦଗଡ, ଧନିଯା, ସିଦ୍ଧାନର ଓ ବଡଖୋଲି ସମେତ ୩୦ ଖଣ୍ଡ ଗାଁ ଲୋକେ ଉପକୃତ ହେବେ। ବିଜେଡି ସରକାର ଆରମ୍ଭ କରିଥିବା କାମ ତ ପୁରା କରିପାରିଲାନି। ଏବେ ମୋହନ ସରକାର ସେତୁ ନିର୍ମାଣ ସଂପୂର୍ଣ୍ଣ କରିବେ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଆଜି ବୋରିଗୁମ୍ମା ବ୍ଲକରେ ମିଶନ ଶକ୍ତି ସଭା ଗୃହରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ସଂସ୍ଥାନ, ତ୍ରିଭେନ୍ଦ୍ରମର ନିର୍ଦ୍ଦେଶକ ଡକ୍ଟର ଜି. ବାଇଯୁ ଯୋଗ ଦେଇ ପୁଷ୍ଟିକର କିସମ୍ କନ୍ଦ ଫସଲ ଚାଷ ଦ୍ଵାରା ଓଡ଼ିଶାରେ ରକ୍ତହୀନତା, ଦୃଷ୍ଟିଶକ୍ତି ଓ କୁପୋଷଣ ରୋକାଯାଇ ପାରିବ ବୋଲି କହିଥିଲେ l
ସଂପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଫସଲ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ସମୟରେ କୁପୋଷଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଚାଷୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିଲେ ଦେଶରୁ କୁପୋଷଣ ବିରୋଧରେ ବିଜୟ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।
ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଉପସ୍ଥିତ ରହି ଡିବିଟି ବାୟୋଟେକ୍ କିଷାନ କାର୍ଯ୍ୟକ୍ରମ ମାଧ୍ୟମରେ ବାୟୋଫର୍ଟିଫେଡ ଧାନ, ମକା ଓ କନ୍ଦ ଫସଲ ଚାଷ କୋରାପୁଟ ଓ ନବରଙ୍ଗପୁର୍ ଜିଲ୍ଲାରେ ଚାଷ କରାଯାଉଛି ଏହା ଦ୍ବାରା ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରସ୍ତୁତରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l
ଓର୍ମାସର ଉପ-କାର୍ଯ୍ୟନିର୍ବାହୀ ରୋଶନ କାର୍ତ୍ତିକ ଯୋଗ ଦେଇ ବଜାର ଭିତ୍ତିକ ଚାଷ କରିପାରିଲେ ନିଶ୍ଚିତଭାବେ ଚାଷୀ ମାନଙ୍କ ଲାଭ ହୋଇପାରିବ ବୋଲି କହିଥିଲେ।ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ବିଜୟ ମହନ୍ତ ଉପସ୍ଥିତ ରହି ଉଦ୍ୟାନ କୃଷି ମାଧ୍ୟମରେ ଅଧିକ ଲୋକଙ୍କୁ ସାମିଲ କରିବା ସହ ବିଜ୍ଞାନ ଓ ରସାୟନ ବିଜ୍ଞାନର ବ୍ୟବାହର କରିପାରିଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ l ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତାଲିମ୍ କାର୍ଯ୍ୟକ୍ରମରେ ବ୍ଲକ୍ ଜୀବିକା କୋର୍ଡିନେଟର ଦେବେନ୍ଦ୍ର କୁମର ପଣ୍ଡା ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନ ବୈଷୟିକ ଅଧିକାରୀ ଅମିତାଭ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। କୋଟପାଡ ଓ ବୋରିଗୁମ୍ମା ବ୍ଲକର ୫୦ ଜଣ ଚାଷୀ ଓ ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର