9 ଜୁଲାଇ 2021 ରେ ଏନେଇ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ଚିଠି କଲେ ରାଜ୍ୟ ସରକାର ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡିବା ପାଇଁ କୁହାଗଲା । ଏହାର 7 ଦିନ ପରେ 15 ଜୁଲାଇ 2021 ରେ ପଞ୍ଚାୟତିରାଜ ବିଭାଗ ଆଉ ଏକ ଚିଠି କଲା ଯେଉଁଥିରେ କେବଳ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପାଇଁ କୁହାଗଲା ।
ଯୋଗ୍ୟ ହିତାଧିକାରୀଙ୍କ ବିଷୟରେ କିଛି ନ କହି ପୁରୁଣା ଚିଠିକୁ ଅକାମି କରାଗଲା । ଏଥିରୁ ସ୍ପଷ୍ଟ ଯେ ପକ୍କା ଘରରେ ଏତେ ଅନିୟମିତତା ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ରଖି ସେମାନଙ୍କ ପକ୍କାଘର ଦେବାକୁ ଦାବି କରିଛି କଂଗ୍ରେସ ।