ପାଣ୍ଡିଆନ୍ କିଏ, ଏଠାକୁ କାହିଁକି ଆସିଛ, କେତେ ଟଙ୍କା ମିଳୁଛି, ସ୍କଲାରସିପ୍ କଣ କରିବ ଆଦି ପ୍ରଶ୍ନ ସହ କଣ ଉତ୍ତର ଦେବାକୁ ହେବ ତାହା ମଧ୍ୟ ପିଲାଙ୍କୁ ଲେଖି ହ୍ବାଟସଆପ୍ କରାଯାଇଛି । ଗତ ଜାନୁଆରୀ ମାସରେ ମଧ୍ୟ କଳାହାଣ୍ଡିକୁ ଆସିଥିଲେ ପାଣ୍ଡିଆନ। ସେତେବେଳେ କାର୍ଯ୍ୟକ୍ରମକୁ ଯାଇଥିବା କଲେଜ ଛାତ୍ରଛାତ୍ରୀ ପରେ ଗଣମାଧ୍ୟମ ଆଗରେ ଦେଇଥିଲେ ବିସ୍ଫୋରକ ବୟାନ। ତେଣୁ ଏଥର ସେଭଳି ସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ କରାଯାଇଛି ପୂର୍ବ ପ୍ରସ୍ତୁତି। ତେବେ କଲେଜ ଛାତ୍ରଛାତ୍ରୀଙ୍କୁ ଏଭଳି ମେସେଜ୍ ପଠାଇବା ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଜନତାଙ୍କ ଭିତରେ କାମ କରୁଥିବା ରାଜନେତାଙ୍କୁ ପରିଚୟର ଆବଶ୍ୟକତା ପଡ଼େ ନାହିଁ। କିନ୍ତୁ ପ୍ରଶାସକରୁ ମନୋନୀତ ହୋଇ ରାଜନେତା ହୋଇଥିବା 5ଟି ଅଧ୍ୟକ୍ଷଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ। ପାଣ୍ଡିଆନଙ୍କୁ ଲୋକେ ଜାଣିନାହାନ୍ତି କହିବା କାରଣରୁ ବିଜୁ ଜନତା ଦଳର ପ୍ରଚାର ଉପରେ ପଡୁଛି ନକାରାତ୍ମକ ପ୍ରଭାବ। ଏଥିପାଇଁ ବିଜୁ ଜନତା ଦଳ ଆପଣାଇଛି ଏହି ନୂଆ ମଡେଲ୍। ଛାତ୍ରଛାତ୍ରୀଙ୍କୁ ମେସେଜ୍ ପଠାଇ ପାଣ୍ଡିଆନ କିଏ ଚିହ୍ନାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: