ଦୀର୍ଘଦିନ ହେବ ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଯୁଆଖେଳ ଚାଲିଥିଲା । ଜୁଆ ଖେଳ ହେଉଥିବା ସ୍ଥାନ ଗୁଡିକରେ ପୂର୍ବରୁ ପୋଲିସ ଚଢାଉ କରି ବିଫଳ ହେଇଥିଲା । ଗତକାଲି ସନ୍ଧ୍ୟା ସମୟରେ ବିନିକା ଥାନା ଅନ୍ତର୍ଗତ ସାରଙ୍ଗପାଲି ଗାଁ ନିକଟରେ ଯୁଆଖେଳ ଚାଲିଥିବାର ପୋଲିସ ଖବର ପାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଚଢ଼ାଉ ସମୟରେ ପୋଲିସକୁ ଦେଖି କିଛିବ୍ୟକ୍ତି ଜୁଆଆଡ୍ଡାରୁ ଫେରାର ହୋଇଯାଇଥିବା ବେଳେ ଚାରିଜଣ ବ୍ୟକ୍ତିଙ୍କୁ କାବୁ କରିଥିଲା ପୋଲିସ । ଜୁଆଆଡ୍ଡାରୁ ଛଅଟି ମୋଟର ସାଇକଲ, ଗୋଟିଏ ବାଇସାଇକଲ, ୩୦୫୦ ଟଙ୍କା ଓ କିଛି ଜୁଆ ସାମଗ୍ରୀ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୁଦାମ ଭୋଇ, ସନାତନ ବେହେରା, ଶତ୍ରୁଘ୍ନ ମେହେର, କନିଷ୍ଠ ହରିପାଳ ।