ଗୋଲାମୁଣ୍ଡା ବ୍ଲକର କୁହୁରା ପଞ୍ଚାୟତର ଗାଁ ହେଉଛି କଣ୍ଟାମାଲ ବୋରିଗୁମା ପଡ଼ା । ଏହି ବୋରିଗୁମା ପଡ଼ାରେ ଅଲେଖଧର୍ମୀ ବାବାମାନେ ବସବାସ କରନ୍ତି । ଆଗରୁ ବାବା ବୈଷ୍ଣବ ମାନେ ଡାଲଗୁମ୍ଫାରେ ଯଜ୍ଞ କରୁଥିଲେ । ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଅନୁରୋଧ କରିଥିଲେ । ଏପରିକି ଜୁନାଗଡ଼ ବିଧାୟକଙ୍କୁ ଚାରି ଚାରି ଥର ଲିଖିତ ଜଣାଇଥିଲେ । ହେଲେ ନା ରାଜନେତା ନା ପ୍ରଶାସନ କେହି ମଧ୍ୟ ମନ୍ଦିର ନିର୍ମାଣ ପାଇଁ କର୍ଣ୍ଣପାତ କରିଥିଲେ ।
ଶେଷରେ ବାଧ୍ୟ ହୋଇ ବାବାମାନେ ନିଜ ଭକ୍ତ ମାନଙ୍କୁ ଦାନ ଦକ୍ଷିଣାମାଗି ୨୦୦୯ ମସିହାରେ ଏକ ଛୋଟ ମନ୍ଦିର ନିର୍ମାଣ କଲେ । ସେହିଦିନ ଠାରୁ ମନ୍ଦିରରେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ କରିଥାନ୍ତି । ଏହି ଯଜ୍ଞରେ ଅଞ୍ଚଳର ଅନେକ ମହିମା ଭକ୍ତମାନେ ଯୋଗ ଦେଇଥାନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ କିଛିଦିନ ତଳେ କୁହୁରା ପଞ୍ଚାୟତର ସରପଞ୍ଚ ଓ ଜିଆରଏସ ଏହି ମନ୍ଦିରକୁ ଯାଇ ଫଟୋ ଉଠାଇଥିଲେ । ବାବାମାନେ ପଚାରିବାରୁ ତମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ଆସିବ ବୋଲି କହିଥିଲେ । କିନ୍ତୁ କିଛିଦିନ ପରେ ଏକ ବୁକଲେଟରେ ବାବା ମାନଙ୍କ ମନ୍ଦିରର ଫଟୋ ଛପା ଯାଇ ସେଥିରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଦର୍ଶାଯାଇଥିବା ଦେଖିବାକୁ ପାଇଥିଲେ । କଣ ପାଇଁ ରାଜ୍ୟ ସରକାର ମିଛ ପ୍ରଚାର କରୁଛନ୍ତୁ ବୋଲି କହିଛନ୍ତ ବାବା ମାନେ । ଆମେ ତିଆରି କରିଥିବା ମନ୍ଦିକୁ କେମିତି ରାଜ୍ୟ ସରକାର କହିଲେ ସେ ତିଆରି କରିଛନ୍ତି ବୋଲି । ଯାହାକୁ ନେଉ ସାଧାରଣ ମହଲରେ ମଧ୍ୟ ପ୍ରଶ୍ନ ଫଠିଛି ।