ବିଜେଡି ଫୋକସ୍ରେ ୨୪ ସାଧାରଣ ନିର୍ବାଚନ । ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେଇଥି ଲାଗି ତ ଏବେଠୁ ସରଗରମ ହେଲାଣି ରାଜନୀତି । ମାଳମାଳ ଯୋଜନା କଲେ, ପିଲାଠୁ ବୁଢା ଲାଭ ପାଇଲେ । ହେଲେ ବି ବିଜେଡିର ଆଉ ସେତେଟା ଲୋକପ୍ରିୟତା ନାହିଁ ବୋଲି ଖୋଦ୍ ଜାଣିସାରିଲେଣି ସଭାପତି । ଯାହାକୁ ନେଇ ଟେନସନ୍ରେ ଛାମୁଆ ନେତା । ନବୀନଙ୍କୁ ଛାଡିଦେଲେ ଯିଏ ବି ଯିବ ଭୋଟ୍ ଆଣିବା ସମ୍ଭବ ହେବନି । ଏକଥା କାହାକୁ ବି ଅଛପା ନାହିଁ । ତେଣୁ ମାଷ୍ଟ୍ରର ଷ୍ଟ୍ରୋକ୍ ଦେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନବୀନ ।
ସାଧାରଣ ନିର୍ବାଚନକୁ ଆହୁରି ୪ ମାସ ବାକି ରହିଲାଣି । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିଜେଡି ପାଇଁ ବଡ଼ ସମସ୍ୟା ଟିକେଟ ବଣ୍ଟା । ଦଳୀୟ କନ୍ଦଳ ବି ମୁଖ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । କାରଣ ସାମାନ୍ୟ ଭୁଲ ହେଲେ ଧାମନଗର ପରି ପୂରା ରାଇଜଟା ହାତରୁ ଖସିଯାଇପାରେ । ତେଣୁ କୌଣସି ପରିସ୍ଥିତିରେ ବି ଟିକେଟ୍କୁ ନେଇ କେଁ ରଖିବାକୁ ଚାହୁଁନାହାନ୍ତି ନବୀନ । ବୋଧହୁଏ ସେଇଥି ଲାଗି ନିଜେ ଜିଲ୍ଲାୱାରୀ ଗସ୍ତ କରିବା ସହ କାହାକୁ ଟିକେଟ୍ ମିଳିଲେ ଦଳ ଜିତିବ ସେହିକଥା ନିଜେ ପରଖିବାକୁ ଚେଷ୍ଟା କରିପାରନ୍ତି ନବୀନ ।
ସେପଟେ ଏହାରି ଭିତରେ ୪ ରାଜ୍ୟର ବିଧାନସଭା ନିର୍ବାଚନ ଶଙ୍ଖ ଦଳକୁ ଆହୁରି ଟେନସନ୍ରେ ପକାଇଛି । ବିଜେପିର ଟ୍ରେଣ୍ଡ ଦେଖି ଝାଳନାଳ ହେଲାଣି ବିଜେଡି । ତେବେ ସମୟ କହିବ ଏଥର କେତେ ଗଡକୁ ସମ୍ଭାଳିପାରୁଛି ବିଜେଡି ।