କ'ଣ କହି ଲୋକଙ୍କୁ ବିଜେଡି ପାଇଁ ଭୋଟ ମାଗିବେ ସେ ନେଇ ବାବୁସାନ, ଅମ୍ଳାନ, ଅଶ୍ୱିନୀ ତ୍ରିପାଠୀ, ଶଙ୍କର, ପ୍ରଜ୍ଞା, ଗୁଡୁ, ଭୂମିକା, ସନ୍ତୁ ନିଜେ, ସୁପ୍ରିୟା, ବିଷ୍ଣୁ ମୋହନ କବି, ତାରିକ, ସୁରଜ, ଶିବାନୀ, ପପୁ, ପ୍ରକୃତି ମିଶ୍ର ପ୍ରମୁଖଙ୍କୁ ଟ୍ରେନିଂ ଦେଇଛନ୍ତି ପାଣ୍ଡିଆନ ।
ସେପଟେ ବିଜେଡି କୁ କଟାକ୍ଷ କରିଛି ବିଜେପି। ଦଳର ମୁଖପାତ୍ର କହିଛନ୍ତି ପ୍ରଚାର ପାଇଁ କଳାକାରଙ୍କ ଭରସାରେ ବିଜେଡ଼ି । ନବୀନ ପଟ୍ଟନାୟକଙ୍କ ନିଜ ଉପରେ ଭରସା ନାହିଁ । ନିଜ ସଙ୍ଗଠନ ଓ ନେତା, କର୍ମୀ ମାନଙ୍କ ଉପରେ ଆଉ ନବୀନଙ୍କ ଭରସା ନାହିଁ ।
ମୋଦୀ, ଶାହ, ନଡ୍ଡାଙ୍କଠୁ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅରିନ୍ଦମ, ସିଦ୍ଧାନ୍ତ, ଆକାଶ, ଅନୁଭବ ଭଳି ବଡ଼ ଷ୍ଟାର କ୍ୟାମ୍ପନର ମଇଦାନକୁ ଓହ୍ଲାଇବାକୁ ବିଜେପି କରିଛି ବ୍ଲୁ-ପ୍ରିଣ୍ଟ । ଏପରି ସ୍ଥଳେ ବିଜେଡି ପାଖରେ ନବୀନଙ୍କ ଛଡା ଆଉ କେହି ନାହିଁ । ମାତ୍ର ନବୀନଙ୍କ କମୁଥିବା ଲୋକ ପ୍ରିୟତା ଦଳକୁ ଚିନ୍ତାରେ ପକାଇଛି । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ୍ ସର୍ଭେରେ ସାରା ଦେଶରେ ନିଜ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଦେଢ ବର୍ଷରେ 25 ପ୍ରତିଶତ ହ୍ରାସ ପାଇଛି । 2022 ଅଗଷ୍ଟରେ ନବୀନଙ୍କ ଲୋକପ୍ରିୟତା 78 ପ୍ରତିଶତ ଥିଲା, ଏବେ ଖସିଆସିଛି 53 ପ୍ରତିଶତକୁ । ତେଣୁ ନବୀନଙ୍କ ଛଡା ଅନ୍ୟ ଷ୍ଟାର କ୍ୟାମ୍ପେନର ଜରିଆରେ ପ୍ରଚାର ବେଳେ ଲୋକ ଭିଡ଼ କରିବାକୁ ଯୋଜନା କରିଛି ବିଜେଡି ।
ଆହୁରି ପଢନ୍ତୁ ଓଡିଶା ଖବର...