ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: