ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଚିଲା ରାସ୍ତା ଅବରୋଧ। ତୁରନ୍ତ ଅଭିଯୁକ୍ତ ମାନକୁ ଗିରଫ କରିବା ସହିତ କଠୋର କାର୍ଯାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି, ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ।
ସେପଟେ ଜଗତସିଂହପୁର ଏରସମା ଭଜାଖିଆ ଗ୍ରାମରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ 12 ପରିବାରକୁ ନିଆଁପାଣି ବାସନ୍ଦ । ମନ୍ଦିର ପୂଜା ପାଇଁ ମିଳୁନି ଅନୁମତି । ଥାନାକୁ ଦୌଡି ଦୌଡି ନିରାଶ ହେବାପରେ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ କଲେ ଅଭିଯୋଗ । ପୋଲିସ କାର୍ଯ୍ୟାନୁଷ୍ଠାନ ଶୁନ । ଅଭିଯୋଗକାରୀଙ୍କୁ ଶତାଧିକ ଗ୍ରାମବାସୀ ବରଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଭିଡିଓ ସୁଟ କରିଥିବା ମହିଳାଙ୍କୁ ପାଶବିକ ଅତ୍ୟାଚାର ଦିଆଯାଇଥିବା ଅଭିଯୋଗ ହୋଇଛି । ଏସବୁ ପାଇଁ ଏରସମା ପୋଲିସକୁ ଦାୟୀ କରିଛନ୍ତି ଅଭିଯୋଗକାରୀ। ଏବେ ମୋହନ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: