ଅର୍ଗସ ବ୍ୟୁରୋ:୨୯ ପର୍ଯ୍ୟନ୍ତ ତିଷ୍ଠିବନି ବିଜେଡି। ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନ ସାମ୍ମାକୁ ଆସିଛି । କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ,ଦଳରେ ଦେଖାଦେଇଛି ନେତୃତ୍ବ ସଙ୍କଟ। ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତି କୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କଥା କହୁଛନ୍ତି । ବିଜେଡିରେ ନେତୃତ୍ବ ସଙ୍କଟ ଦେଖା ଦେଇଛି । ଦଳକୁ କିଏ ଲିଡ଼ କରିବ କିଏ ନେତୃତ୍ବ ନେବ ଏହାକୁ ନେଇ ବିଜେଡି ନେତା ମାନେ ଚିନ୍ତିତ । ବିଜେଡିର ଅସ୍ତିତ୍ବ ପ୍ରତି ସନ୍ଦେହ ଜାତ ହେଉଛି । ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜ ରେ ଦେଇ ଥିଲେ ସେଥିପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି । ତାଙ୍କ ଭିତରେ କଣ ବାୟୋଲୋଜି ଓ କେମେଷ୍ଟ୍ରି ଅଛି କେଜାଣି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ। ମୁନାଁ ଖାଁଙ୍କ ବୟାନ ଉପରେ ଜୟ ନାରାୟଣଙ୍କ କାଉଣ୍ଟର କରି ଆହୁରୀ ମଧ୍ୟ କହିଛନ୍ତି ଯିଏ ରାଜନୀତି ଗଣିତ ବୁଝି ନାହିଁ ସେ ଏମିତି ସବୁ କୁହନ୍ତି,ମୁନା ଖାଁ କହିଛନ୍ତି ୧୪ ବିଜେପି ବିଧାୟକ ବିଜେଡିରେ ଯୋଗ ଦେବାର ଅଛି। ଥମୁନି ବିଜେଡି ବିଜେପି ମଧ୍ୟରେ ତୁତୁ ମେଁ ମେଁ
ଅର୍ଗସ ବ୍ୟୁରୋ: ସ୍ପେନରେ ବନ୍ୟା ତାଣ୍ଡବ ରଚି ଚାଲିଛି । ଏହି ବନ୍ୟାରେ ୯୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବନ୍ୟାରେ ବାସଶୂନ୍ୟ ହୋଇଛନ୍ତି । ସ୍ପେନବାସୀଙ୍କ କହିବା କଥା, ସେମାନଙ୍କ ଜୀବନରେ ଆଗରୁ କେବେ ଏମିତି ବନ୍ୟା ଦେଖିନଥିଲେ । ବନ୍ୟା ଜଳ ଏମିତି ପ୍ରବେଶ କରିଥିଲା, ଯେମିତି ସୁନାମୀ ମାଡି ଆସିଲା । ମଙ୍ଗଳବାର ରାତିରେ ହଠାତ୍ ଏହି ବନ୍ୟା ଜଳ ବେଲେନ୍ସିୟାର ପୋଇରୋର୍ତାକୁ ମାଡି ଆସିଥିଲା । ୧୯୭୩ ପରେ ଏହା ସ୍ପେନରେ ତାଣ୍ଡବ ରଚିଥିବା ପ୍ରଥମ ବନ୍ୟା ।
ସେଠାକାର ମିଡିଆ ରିପୋର୍ଟ ମୁତାବକ, ମଙ୍ଗଳବାର ସଂଧ୍ୟାରେ ହଠାତ୍ ବନ୍ୟା ଜଳ ପ୍ରଖର ଓ ଉଚ୍ଚ ତରଙ୍ଗ ସହ ସହର ଭିତରକୁ ମାଡି ଆସିଥିଲା । ଗତ ସପ୍ତାହରେ ସେଠାରେ ହୋଇଥିବା ଲଗାଣ ଓ ଭାରି ବର୍ଷାରେ ଘରଦ୍ୱାର ବୁଡି ଯାଇଛି । ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ସେନା ପକ୍ଷରୁ ବନ୍ୟା ପ୍ରଭାବିତ ଇଲାକାରେ ଗୁରୁବାରଠାରୁ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ । ମାଟି କାଦୁଅ ତଳୁ ଲୋକଙ୍କୁ ଖୋଜିବା ପାଇଁ ସନ୍ଧାନକାରୀ କୁକୁର ସାହାଯ୍ୟ ନିଆଯିବା ନେଇ ବୁଧବାର ମନ୍ତ୍ରୀ ସୂଚନା ଦେଇଥିଲେ ।
ଆଗକୁ ପୂର୍ବାଞ୍ଚଳ ଭାଲେନ୍ସିଆ ଓ ଅନ୍ୟ ଇଲାକାରେ ଗୁରୁବାର ଆହୁରି ପ୍ରବଳ ବର୍ଷା ହେବା ନେଇ ସେଠାକାର ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ପ୍ରାନ୍ତକୁ ରେଡ ଆଲର୍ଟ ଜାରି କରାଯାଇଛି । ଏହାକୁ ନେଇ ଲୋକଙ୍କ ଭିତରେ ଆହୁରି ଭୟର ବାତାବରଣ ଥିବା ବେଳେ ଉଦ୍ଧାର ଓ ରିଲିଫ ବଣ୍ଟନ କାମ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର