ବନ ବିଭାଗର ଏକ ସ୍ବତନ୍ତ୍ର ଭ୍ୟାନରେ ଗତ ୨୭ ତାରିଖ ରାତିରେ ଶିମିଳିପାଳ ପହଞ୍ଚିବା ପରେ ୨୮ ତାରିଖ ଦିନ ସକାଳେ ଜମୁନାକୁ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ସେଠାରେ ତାର ଖାଦ୍ୟ ପାଇଁ ହରିଣ, ବାରହା ଇତ୍ୟାଦି ଛଡାଯାଇଛି । ତେବେ ଏନକ୍ଲୋଜରରେ ୨ ଦିନ ରହିବା ପରେ ଶୀକାର କରି ନିଜର ଭୋକ ମେଣ୍ଟାଇଛି ଜମୁନା।
ମୟୂରଭଞ୍ଜ: ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା। ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ `ଜମୁନା' ଏବେ ଶିମିଳିପାଳ ପରିବେଶରେ ସହ ନିଜକୁ ସାମିଲ କରିଛି। ଶିମିଳିପାଳକୁ ଆସିବାର ୫ ଦିନ ପରେ ଗତକାଲି ପ୍ରଥମ କରି ଏକ ଜଙ୍ଗଲୀ ବାରହା ଶୀକାର କରିଥିଲା ।
ବନ ବିଭାଗର ଏକ ସ୍ବତନ୍ତ୍ର ଭ୍ୟାନରେ ଗତ ୨୭ ତାରିଖ ରାତିରେ ଶିମିଳିପାଳ ପହଞ୍ଚିବା ପରେ ୨୮ ତାରିଖ ଦିନ ସକାଳେ ଜମୁନାକୁ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ସେଠାରେ ତାର ଖାଦ୍ୟ ପାଇଁ ହରିଣ, ବାରହା ଇତ୍ୟାଦି ଛଡାଯାଇଛି । ତେବେ ଏନକ୍ଲୋଜରରେ ୨ ଦିନ ରହିବା ପରେ ଶୀକାର କରି ନିଜର ଭୋକ ମେଣ୍ଟାଇଛି ଜମୁନା।
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପାଇଁ ଜାରି ହେବାକୁ ଯାଉଛି ରିଟେନସନ୍ ଲିଷ୍ଟ । ଆସନ୍ତାକାଲି ପ୍ରତ୍ୟେକ ଦଳ ନିଜ ନିଜର ରିଟେନସନ ତାଲିକା ପ୍ରକାଶ କରିବେ । ତେବେ ଏହାପୂର୍ବରୁ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ଆସନ୍ତା ସିଜନରୁ ପୁଣିଥରେ ଦଳର ଅଧିନାୟକ ପରିବର୍ତ୍ତନ ହୋଇପାରନ୍ତି । ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲି ପୁଣିଥରେ ଦଳର ନେତୃତ୍ୱ ପଦ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ତାଲିକା ଘୋଷଣା ହେବା ପୂର୍ବରୁ ବିରାଟଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ମିଳିପାରେ ବୋଲି ଆଶା କରାଯାଉଛି ।
ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଜଣେ ପ୍ରମୁଖ ସଦସ୍ୟ ଭାବରେ ସାମିଲ ହୋଇ ରହିଛନ୍ତି ବିରାଟ କୋହଲି । ୨୦୦୮ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବିରାଟ ଏହି ଦଳରେ ରହିଛନ୍ତି । ତେବେ ଏହା ମଧ୍ୟରେ ୨୦୧୩-୨୦୨୧ ବିରାଟ ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିଥିଲେ । କିନ୍ତୁ ୨୦୨୧ ମସିହା ପରେ ସେ ଅଧିନାୟକ ପଦରୁ ଓହରିବା ସହିତ ୨୦୨୨ରେ ଫାଫ୍ ଡୁପ୍ଲେସିସଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲା ଫ୍ରାଞ୍ଚାଇଜି । ତେବେ ଆସନ୍ତା ସଜିନରୁ ବିରାଟ ପୁଣିଥରେ ଏହି ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ଆରସିବି ମ୍ୟାନେଜମେଣ୍ଟ ସହ ଏକ ଚର୍ଚ୍ଚା ସମୟରେ ଏ ନେଇ ସଂକେତ ଦେଇଛନ୍ତି କିଙ୍ଗ କୋହଲି । ପୁଣିଥରେ ନେତୃତ୍ୱ ଗ୍ରହଣ କରିବାକୁ ବିରାଟ ପ୍ରସ୍ତୁତ ଥିବା ଜାଣିବାକୁ ମିଳିଛି । ତେଣୁ ଆଇପିଏଲ-୨୦୨୫ରେ ଆରସିବି ପୁଣିଥରେ ବିରାଟଙ୍କୁ ନେତୃତ୍ୱ ପ୍ରଦାନ କରିବାର ସମ୍ଭାବନା ଖୁବ ଅଧିକ ରହିଛି ।
ତେବେ ବିରାଟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କଲେ, ଫାଫ୍ ଡୁପ୍ଲେସିସଙ୍କୁ ଦଳ ମେଗା ଅକ୍ସନ ପାଇଁ ରିଲିଜ କରିପାରେ । ଆଇପିଏଲ-୨୦୨୫ ପାଇଁ ରିଟେନସନ ତାଲିକା ଘୋଷଣାର ଶେଷ ତାରିଖ ଅକ୍ଟୋବର ୩୧ ତାରିଖ ରହିଛି । ତେବେ ବିରାଟଙ୍କ ଏହି ନିଷ୍ପତ୍ତି ପରେ ଡୁପ୍ଲେସିସଙ୍କୁ ଦଳ ରିଟେନ୍ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ୨୦୧୩ ମସିହାରୁ ୨୦୨୧ ପର୍ଯ୍ୟନ୍ତ ବିରାଟଙ୍କ ନେତୃତ୍ୱରେ ଆରସିବି ୧୪୩ଟି ମ୍ୟାଚ୍ ଖେଳିଥିବା ବେଳେ ୬୦ଟି ମ୍ୟାଚରେ ବିଜୟୀ ହୋଇଛି । ଏହାବ୍ୟତୀତ ୭୦ଟି ମ୍ୟାଚରେ ଦଳ ପରାସ୍ତ ହୋଇଥିବା ବେଳେ ୩ଟି ମ୍ୟାଚ ଟାଇ ରହିଛି । ତେବେ ଆଇପିଏଲରେ ଗୋଟିଏ ଦଳ ପାଇଁ କନଷ୍ଟାଣ୍ଟଲି ପ୍ରତ୍ୟେକ ସିଜନ ଖେଳିଥିବା ଏକମାତ୍ର ଖେଳାଳି ଭାବେ ରହିଛନ୍ତି ବିରାଟ କୋହଲି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ । ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା.....ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି.....ଜମ୍ମୁ କାଶ୍ମୀରର ଉଦ୍ଧମପୁରରେ CRPF ଯବାନ ଉତ୍ସାହର ସହ ଦୀପାବଳି ପାଳନ କରିଛନ୍ତି । କୋଲକାତା, ଜୟପୁର, ଚଣ୍ଡୀଗଡ଼ ସହରକୁ ଆକର୍ଷଣୀୟ ରଙ୍ଗୀନ ଆଲୋକରେ ସଜା ଯାଇଛି
୨- ଦୀପାବଳୀରେ ବାଣ ଫୁଟାକୁ ନେଇ ମାର୍ଗଦର୍ଶିକା ଜାରି...ସନ୍ଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଛି ଅନୁମତି….ପାର୍କ, ସାଇଲେନ୍ସ ଜୋନ, ହସ୍ପିଟାଲ୍ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମାରେ ବାଣ ମନା...୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା….ପରିବେଶ ପ୍ରଦୂଷଣ ଉପରେ ପ୍ରଶାସନର କଡ଼ା ନଜର….
୩- LACରୁ ସେନା ପ୍ରତ୍ୟାହାର କଲେ ଚୀନ ଓ ଭାରତ....ଡେପ୍ସାଙ୍ଗ ଓ ଡେମ୍ଚୋକ୍ରୁ ଉଭୟ ପକ୍ଷର ସେନା ଅପସାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ... ଖୁବଶୀଘ୍ର ଆରମ୍ଭ ହେବ ଭାରତ-ଚୀନ ସେନା ପାଟ୍ରୋଲିଂ... ଆଜି ପରସ୍ପରକୁ ମିଠା ଖୁଆଇବେ ଉଭୟ ଦେଶର ସୈନ୍ୟ...
୪- ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ... ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେ ପକାଉଛି ସାରା ଦେଶ... ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୫- ଚଳିତ ବର୍ଷ ଜାନୁଆରିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଚଳିତ ବର୍ଷର ପ୍ରଥମ ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି.....ଆଜି ଦୀପୋତ୍ସବରେ ସରଯୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ସରକାର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି
୬- ଦିଲ୍ଲୀ ବାୟୁ ମାନ ଅତି ଖରାପ: ରେଡ୍ ଜୋନ୍ରେ ୮ଟି ଷ୍ଟେସନ୍......ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଂଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବାରୁ ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଛି
୭- ସଙ୍ଗୀନ ହେଉଛି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ...ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପରେ ପାଲଟା ଆକ୍ରମଣ ପାଇଁ ଇରାନ ବଡ଼ ପ୍ଲାନ...ଇସ୍ରାଏଲ ଉପରେ ୪ ହଜାର କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ଇରାନର ଯୋଜନା
୮- ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍ ଆସନ୍ତା ନଭେମ୍ବର ୭ରେ ଓଟିଟି ପ୍ଲାଟ୍ଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବାକୁ ଯାଉଛି। ତେବେ ଏହି ସିରିଜ୍ର ଦ୍ୱିତୀୟ ଟ୍ରେଲରକୁ ମଙ୍ଗଳବାର ଜାରି କରାଯାଇଛି
୯-ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରେ ଚୋରି ହୋଇଛି। କିଛି ଦୁର୍ବୁତ୍ତ ତାଙ୍କ ଘରକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଷ୍ଟୋକ୍ସ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍ ଖେଳୁଥିଲେ। ଦୁର୍ବୁତ୍ତମାନେ ତାଙ୍କର ପରି ବହୁ ମୂଲ୍ୟବାନ ଜିନିଷ ସବୁ ଚୋରି କରି ନେଇଛନ୍ତି
୧୦- ସମ୍ମାନ ରକ୍ଷା ପାଇଁ ଶେଷ ସୁଯୋଗ: ଶୁକ୍ରବାରଠୁ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍.....ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ହାରି ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଭାରତ
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର