ଯାଜପୁର ନିର୍ବାଚନମଣ୍ଡଳୀର କମଳପୁର ଘାଟରେ ଏବେ ବାଲି ଚୋରା ଚାଲାଣ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଦିନରେ ନା ବାଲି ଲୋଡିଂ ହେବ ନା ଟ୍ରାନସପୋଟ୍ରିଂ । ହେଲେ ନିୟମକୁ ଫୁ କରି ଚାଲିଛି ବେଆଇନ ବାଲି ଚୋରି ଚାଲାଣ । ବାଲି ଚୋରାଚାଲାଣକୁ ଗାଁ ଲୋକ ପ୍ରତିବାଦ କଲେ ମିଳୁଛି ଧମକ । ତେଣୁ ସବୁ ଦେଖି ବି ଆଖି ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । ଏଠାରେ ପ୍ରଶ୍ନ, କୋର୍ଟଙ୍କ ନିୟମକୁ କାହିଁକି ମାନୁନାହାନ୍ତି ବବି ? ବାଲି ବିକ୍ରିରେ ବବିଙ୍କ ଭାଗ କେତେ ? ଦିନକୁ କେତେ ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ହେଲେ ପ୍ରଶ୍ନର ଉତ୍ତର ଦେବ କିଏ ?
ମିଲିଭଗତରେ ଚାଲିଛି ବାଲି ଦୁର୍ନୀତି । ରାତି ପାହିଲେ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରୁଛନ୍ତି ବବି ବାବୁ । କଥା ହେଲା ବିଜେଡିରେ ପାୱାରଫୁଲ ନେତା... କେତେବେଳେ ଦଳରେ ଅନ୍ୟ ନେତାଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସୁଛନ୍ତି ତ ଆଉ କେତେବେଳେ ମଂଚରୁ ନେତାଙ୍କୁ ଓହ୍ଲାଇ ଦେଇ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ ବବି । ହେଲେ ନିଜ ଜିଲ୍ଲାରେ ଏବେ ଲକ୍ଷାଧିକ ଟଙ୍କା ବାଲି ଦୁର୍ନୀତି କରୁଛନ୍ତି, ଯାହାର ଏକ୍ସକ୍ଲ୍ୟୁସିଭ୍ ଭିଡିଓ ଅର୍ଗସ ହାତରେ ଲାଗିଛି । ତେବେ ଏତେ ମାତ୍ରାରେ ରାଜସ୍ଵ ଲୁଣ୍ଠନ କରୁଥିବାରୁ ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ।