ଦୀପାଳି ଜଣେ ଉଚ୍ଚଶିକ୍ଷିତା ମହିଳା । ପୂର୍ବରୁ ଅନେକ ଉପନିର୍ବାଚନରେ ସେ କାମ ମଧ୍ୟ କରିଛନ୍ତି । ସେ ଜଣେ ଉଚ୍ଚଶିକ୍ଷିତା, ବହୁତ ଭଲ ଝିଅ । ସେ ବହୁତ ଭଲ ମାର୍ଜିନରେ ଜିତିବେ । ବିରୋଧୀଙ୍କ ଉପରେ ଭାରି ପଡିବେ । ସିମ୍ପାଥି ଫ୍ୟାକ୍ଟର କାମ କରିପାରେ । 50 ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରମିଳା ମଲ୍ଲିକ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି । ଯାହା ରଣନୀତି ପ୍ରସ୍ତୁତ ହେବ ଯାହା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ ତାକୁ ନେଇ ଆମେ ନିର୍ବାଚନି ମଇଦାନରେ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।
ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଚିଛି ବିଜେଡି । ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ 10 ରେ ନିର୍ବାଚନ ହେବାକୁ ଥିବାବେଳେ ମେ 13 ରେ ଭୋଟ୍ ଗଣତି ହେବ । ଏପ୍ରିଲ 13 ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ 20 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, 21 ରେ ଯାଞ୍ଚ ହେବାବେଳେ 24 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହର ହେବା ନେଇ ତାରିଖ ଘୋଷଣା ହୋଇଛି ।