ରାଜ୍ୟରେ ବାଲିଚୋରିର ସମାନ୍ତରାଳ ଅର୍ଥନୀତି । ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ଅଘୋଷିତ ମେଳି। ପରିଣାମ ସ୍ବରୂପ ପ୍ରତିଦିନ ଶହ ଶହ କୋଟିର ରାଜସ୍ବ ଲୁଟ୍ । ପୂର୍ବରୁ ପଶ୍ଚିମ , ଉତ୍ତରରୁ ଦକ୍ଷିଣ ସାରା ରାଜ୍ୟରେ ସକ୍ରିୟ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଏବେ ପାର୍ଟିର ଫଣ୍ଡର ବଡ଼ ମାଧ୍ୟମ। ଆଳିରେ ମେସିନ ଲଗାଇ ଖରସ୍ରୋତା ବାଲି ଶୋଷିନେଉଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।..ଯାଜପୁରର ବାଲିଖାଦାନ ବି ମାଫିଆଙ୍କ କବଜାରେ । ବିବାଦ ଘେରରେ ପାୱାରଫୁଲ୍ ବିଧାୟକ ପ୍ରଣବ ବଳବନ୍ତରାୟ ।
ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ରାଜ୍ୟ ସାରା ବାଲି ଲୁଟର ମାଳ ମାଳ ଅଭିଯୋଗ। ରାଜନେତା, ପ୍ରଶାସନିକ ଅଧିକାରୀ ଆଉ ମାଫିଆଙ୍କର ତ୍ରିକୋଣୀୟ ମେଳିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ । ରାଜ୍ୟ ସାରା ଏମିତି ମାଳ ମାଳ ଅଭିଯୋଗ ସତ୍ତ୍ବେ ହେଉନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ବଡ ପ୍ରଶ୍ନ, ସରକାରଙ୍କ ହାତ ବାନ୍ଧିଛି କିଏ ? ଲୁଟେରା ଅଫିସର ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: