୧୧୨ ପ୍ରାର୍ଥୀ ମଧ୍ୟରେ ୮ ଜଣ ମହିଳା ଯୋଦ୍ଦାଙ୍କୁ ମିଳିଛି ଟିକେଟ । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଆସନରେ ବିଧାୟକ କୁସୁମ ଟେଟେ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବିଞ୍ଜାର ପୁରରେ ଟକ୍କର ଦେବେ ବବିତା ମଲ୍ଲିକ । ବାଲିଗୁଡାରୁ କଳ୍ପନା କୁମାରୀ କଅଁର, ଧର୍ମଶାଳାରୁ ସୃତିରେଖା ପହି, ନୟାଗଡରୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ବଣେଇରୁ ସେବତୀ ନାୟକଙ୍କୁ ଦଳ କରିଛି ପ୍ରାର୍ଥୀ । ନିମାପଡାରୁ ପ୍ରଭାତୀ ପରିଡା ଓ ବ୍ରହ୍ମଗିରିରୁ ଉପସନା ମହପାତ୍ର ମହିଳା ଯୋଦ୍ଦା ଭାବେ ଓହ୍ଲାଇଛନ୍ତି ମଇଦାନକୁ ।
ସେପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରାରୁ ଟକ୍କର ଦେବେ ତେଜେଶ୍ବର ପରିଡା । ଭଟଲିରେ ସୁଶାନ୍ତ ସିଂଙ୍କ ସହ ଲଢିବେ ଇରାଶିଷ ଆଚାର୍ଯ୍ୟ । ଆଇ. ଆର. ଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିବା ସମ୍ବିତ ତ୍ରୀପାଠୀ ବଡମ୍ବାରେ ମୁକାବିଲା କରିବେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କୁ । ଆଠଗଡରେ ରାଜା ସ୍ବାଇଁ ଟକ୍କର ଦେବେ ଅଭୟ ବାରିକ । ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବେ ଶିଶିର ମିଶ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମଧରିଥିବା ୮ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଦାନ୍ତ ମହାପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କୋରେଇ, ବିଧାୟକ ଅରବିନ୍ଦ ଢାଲି ଜୟଦେବ, ରାଜେନ୍ଦ୍ର ଦାସ ସୋର, ପ୍ରୟିଦର୍ଶୀ ମିଶ୍ରଙ୍କ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରିଛି ଦଳ ।