ସମୁଦ୍ର କୂଳରୁ 5 କିଲୋମିଟର ପରିବର୍ତେ 25 କିଲୋମିଟର ଦୂରତାରେ କଣ ପାଇଁ ଏହା ନିର୍ମାଣ ହେବ ବୋଲି କିଛି ଲୋକ ପ୍ରଶ୍ନ ଉଠାଇଥିବାବେଳେ ଆଜି ଏହି ସର୍ଭେ ଠିକ୍ ଅଛି ଓ ନାଉଗାଁ ଦେଇ ଏହା ଗଲେ ବାଲିକୁଦା, ନାଉଗାଁ ଓ କାକଟପୁର ର ଲୋକ ମାନେ ଉପକୃତ ହେବେ ବୋଲି ଉପକୁଳ ବିକାଶ ପରିଷଦ ପକ୍ଷରୁ ଆଜି ଦୃଢୋକ୍ତି ପ୍ରକାଶ କରାଯାଇଛି ।
ନାଉଗାଁରୁ ସମର୍ଥନର ସ୍ଵର

ଅର୍ଗସ ବ୍ୟୁରୋ : ଉପକୂଳ ବିକାଶ ପରିଷଦ ବ୍ୟାନରରେ ନାଉଗାଁରୁ ସମର୍ଥନର ସ୍ଵର । ବିଜେପି, ବିଜେଡି ଆଉ କଂଗ୍ରେସ ନେତୃବୃନ୍ଦଙ୍କ ସହ ସାଧାରଣ ଲୋକ ହେଲେ ଏକାଠି । ଗାରୋଇ ମନ୍ଦିର ପାଖରୁ ନେଲେ ବଜ୍ର ଶପଥ । ସାଗରମାଳା ଯୋଜନାରେ ହେବାକୁ ଯାଉଥିବା ରାଜପଥ ପାଇଁ ଶୁଭିଛି ଏକତାର ସ୍ଵର । ଦିଘା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାଜପଥ ନିର୍ମାଣ ହେବାକୁ ସର୍ଭେ ସରିଥିବା ବେଳେ ଏହି ରାଜପଥ ନାଉଗାଁ ବ୍ଲକର ଓଷକଣା, କୋରୁଅ ଓ ଡେରିକି ପଞ୍ଚାୟତ ଦେଇ ଯାଉଥିବା ବେଳେ କିଛି ମୁଷ୍ଠିମେୟ ଲୋକ ଏହି ସର୍ଭେକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।
Download Argus News App
