ପରିବର୍ତ୍ତନ ହୋଇଥିବା ୨ଟି ଆସନକୁ ଛା଼ଡିଲେ ୧୯ ଆସନ ମଧ୍ୟରୁ ୧୬ ଜଣ ନୂଆ ମୁହଁଙ୍କୁ ବିଜେପି ମଇଦାନକୁ ଛାଡିଥିବା ବେଳେ ୩ ଜଣଙ୍କୁ ରିପିଟ କରିଛି ଦଳ । ଏହାସହ ତାଲିକାରେ ବିଜେଡି ଛାଡି ବିଜେପିରେ ମିଶିଥିବା ୪ ଜଣ ନେତାଙ୍କୁ ମିଳିଛି ଟିକେଟ । ସେମାନେ ହେଲେ ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ, ଲକ୍ଷ୍ମୀପୁର କୈଳାଶ କୁଲେସିକା, ଚିତ୍ରକୋଣ୍ଡା ଡମ୍ବୁରୁ ସିସା ଓ ବିଷମକଟକ ଆସନରେ ଜଗନ୍ନାଥ ନୁଣ୍ଡରୁକାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ମୋଟ ୧୪୭ ବିଧାନସଭାରୁ ୧୩୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏବେ ଆଉ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା । ଦୁଇ ପର୍ଯ୍ୟାୟରେ 64 ନୂଆ ମୁହଁକୁ ଦଳ ମଇଦାନକୁ ଉତାରିଛି।
ଅଧିକ ପଢନ୍ତୁ ଓଡିଶା ଖବର