ଅର୍ଗସ ବ୍ୟୁରୋ: ଓଡିଶାରେ ମୋଦି ଲହର । ଲୋକପୋଲ ମେଗା ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ । ଲୋକପୋଲ ସର୍ଭେ ଅନୁଯାୟୀ ଓଡିଶାରେ ବିଜେପିକୁ ମିଳିପାରେ ୧୧ରୁ ୧୩ ସିଟ୍ । ବିଜେଡି ଜିତିପାରେ ୭ରୁ ୯ ସିଟ୍ । କଂଗ୍ରେସ ଗୋଟିଏରୁ ଦୁଇଟି ଆସନରେ ବିଜୟୀ ହୋଇପାରେ । ସର୍ଭେ କହୁଛି ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ମୋଦିଙ୍କ ଯୋଗୁଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି । ଅନ୍ୟପକ୍ଷରେ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଏକଛତ୍ରବାଦ ନୀତି ଦଳକୁ ମହଙ୍ଗା ପଡିପାରେ । ଆମଦାନୀ ନେତାଙ୍କୁ ଟିକେଟ ଦିଆଯାଉଥିବାରୁ କର୍ମୀଙ୍କୁ ଉତ୍ସାହ କମୁଛି । ପୂର୍ବରୁ ନ୍ୟୁଜ ଏକ୍ସ, ଏବିପି ଭୋଟର ସି ପକ୍ଷରୁ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବା ଦର୍ଶାଯାଇଥିଲା ।
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସ ଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ। ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
ଉତ୍ତରପ୍ରଦେଶର ଏହି ଦୁଇଟି ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ତାଙ୍କ ସ୍ଥାନରେ ଏଥର ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍କୃତି ଇରାନୀ । ଚଳିତ ଥର ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ଏହି ଆସନରେ ସ୍ମୃତିଙ୍କୁ ଟକ୍କର ଦେବେ କଂଗ୍ରେସର କିଶୋରୀ ଲାଲ ଶର୍ମା।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ମେ' ମାସ ୩ ତାରିଖରେ ପାଳିତ ହୁଏ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ। ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ ସ୍ବାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା। ଚଳିତବର୍ଷ ଏହି ଦିବସର ବିଷୟ ରହିଛି `ଗ୍ରହ ପାଇଁ ପ୍ରେସ': ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା। ବାକ ସ୍ବାଧୀନତା ଅଧିକାରର ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ। ଏହି କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ବାଧୀତା ଦିବସ ପାଳିତ ହେଉଛି।
ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। ସାମ୍ବାଦିକତା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା। ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ। ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ ସ୍ବାଧୀନତା ଉପରେ ବତ୍କୃତା, ନିବନ୍ଧ ଓ କ୍ବିଜ ପ୍ରତିଯୋଗିତା ଆୟୋଜିତ ହୁଏ। ଲୋକଙ୍କୁ ବାକ ସ୍ବାଧୀନତା ସମ୍ପର୍କରେ ବୁଝାଏ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍ରେ ଗୁରୁବାର ସବୁଠାରୁ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ମିଳିଛି। ଟେବୁଲ୍ ଟପ୍ପର ରାଜସ୍ଥାନ ରୟାଲ୍ସକୁ ୧ ରନ୍ରେ ହରାଇ ସନ୍ରାଇଜର୍ଜ ହାଇଦ୍ରାବାଦ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛି। ସଂଜୁ ସାମ୍ସନ୍ଙ୍କ ଦଳ ଦଶମ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଥିବାବେଳେ ପ୍ୟାଟ୍ କମିନ୍ସଙ୍କ ଦଳ ସମାନ ଦଶମ ମ୍ୟାଚ୍ ଖେଳି ଷଷ୍ଠ ବିଜୟ ପାଇଛି। ହାଇଦ୍ରାବାଦ ଏକମାତ୍ର ରନ୍ରେ ଜିତିବା ଚଳିତ ସଂସ୍କରଣରେ ସବୁଠାରୁ ସ୍ବଳ୍ପ ବ୍ୟବଧାନ ବିଜୟ ହୋଇଛି। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରଥମ ଓଭରରେ ଯୁଗଳ ଝଟ୍କା ଲାଗିଥିଲା।
ଜୋସ୍ ବଟଲର୍ ଓ ସଂଜୁ ସାମସନଙ୍କୁ ଭୁବନେଶ୍ବର କୁମାର ଦୁଇଟି ବଲ୍ ବ୍ୟବଧାନରେ ପ୍ୟାଭିଲିଅନ୍ ପଠାଇଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲ (୪୦ ବଲ୍ରୁ ୬୭ ରନ୍, ୭ ଚୌକା, ୨ ଛକା) ଏବଂ ରିୟାନ୍ ପରାଗ (୪୯ ବଲ୍ରୁ ୭୭ ରନ, ୯ ଚୌକା, ୪ ଛକା) ୭୬ ବଲ୍ରୁ ୧୩୩ ରନ୍ର ଭାଗୀଦାରି ଗଢ଼ି ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଦେଇଥିଲେ। ଉଭୟ କିନ୍ତୁ ଶତକ ଦିଗରେ ଅଗ୍ରସର ହେବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ।
ନଟରାଜନ ଏହି ଭାଗୀଦାରିକୁ ଅଲଗା କରିବା ପରେ ହାଇଦ୍ରାବାଦ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଦୁଇ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିଲା। ପ୍ୟାଟ୍ କମିନ୍ସ ୧୯ତମ ଓଭରରେ ମାତ୍ର ୭ ରନ ଦେଇ ଗୋଟିଏ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଅନ୍ତିମ ଓଭରରୁ ହାଇଦ୍ରବାଦକୁ ୧୩ ରନ୍ ଆବଶ୍ୟକ ପଡ଼ିଥିଲା। ଆର୍ ଅଶ୍ବିନ ଓ ରୋଭମାନ ପାୱେଲ କିନ୍ତୁ ଭୁବନେଶ୍ବର କୁମାରଙ୍କ ବିପକ୍ଷରେ ଏହା ରନ୍ କରିପାରି ନଥିଲେ। ଏପରିକି ଶେଷ ବଲ୍ରୁ ୨ ରନ୍ ଆବଶ୍ୟକ ଥିଲେ ମଧ୍ୟ ପାୱେଲଙ୍କୁ ଭୁବି ଏଲ୍ବିଡ୍ବଲ୍ୟୁ କରି ଘରୋଇ ଦଳକୁ ରୋମଞ୍ଚକ ବିଜୟ ଦେଇଥିଲେ। ଫଳରେ ଭୁବନେଶ୍ବର ଅପ୍ରତ୍ୟାଶିତ ନାୟକ ପାଲଟିଯାଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର