“ଦିନଦୟାଲ ଅନ୍ତ୍ୟୋଦ୍ୱୟ ଯୋଜନା”ରେ ମହିଳାମାନଙ୍କୁ ଆର୍ôଥକରୂପେ ସ୍ୱାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ସହାୟତା ଯୋଗାଇ ଦେଉଛନ୍ତି, ସେ ସମସ୍ତ ଯୋଜନାକୁ ରାଜ୍ୟ ସରକାର ଚୋରୀ କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନି ରାଜ୍ୟ ସରକାରଙ୍କର ଚକ୍ରାନ୍ତ । ଏସ୍ଏଚ୍ଜିର ମା’ମାନଙ୍କୁ ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତି ଦେଇ ରାଜନୈତିକ ସଭା ସମିତିରେ ସାମିଲ କରିବା ସହିତ ସମସ୍ତ ପ୍ରକାର ଦଳୀୟ କାର୍ଯ୍ୟକଳାପରେ ଜୋର ଜବରଦସ୍ତ ସାମିଲ କରୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ “ବିଜେଡିର ମହିଳା ବାହିନୀ”ଭାବେ ଦୁରୁପଯୋଗ କରାଯାଉଛି । ଏମବିକେ, ସିଆରପି, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଭୋଟ ଗୋଟେଇବା କାର୍ଯ୍ୟରେ ଲଗାଯାଉଛି । କେନ୍ଦ୍ର ସରକାରଙ୍କର ଏତେ ସାରା ଅନୁଦାନ ସତ୍ୱେ ରାଜ୍ୟ ସରକାର କେବେ ବି ଏଥିପାଇଁ ଧନ୍ୟବାଦ କିମ୍ବା ପ୍ରଶଂସା କରିନାହାନ୍ତି । କେନ୍ଦ୍ର ଅନୁଦାନରେ ଏମ୍ବିକେ, ସିଆରପିମାନଙ୍କୁ ମିଳୁଥିବା ଆର୍ôଥକ ସହାୟତା ସହ ସ୍କୁଟି ଯୋଜନାକୁ ରାଜ୍ୟ ସରକାର ନିଜେ ଦେଉଛନ୍ତି ବୋଲି କହିବାକୁ ମଧ୍ୟ ପଛେଇ ନାହାନ୍ତି । କେନ୍ଦ୍ର ସରକାରଙ୍କ ଭୂମିକାକୁ ସ୍ୱୀକାର ନକରି କେନ୍ଦ୍ରୀୟ ଯୋଜନାକୁ କାହିଁକି ନିଜ ଯୋଜନା କହୁଛନ୍ତି ରାଜ୍ୟ ସରକାର ତାହାର ଉତର ଦିଅନ୍ତୁ ବୋଲି ଦାବି କରିଛନ୍ତି ଡ.ଲେଖାଶ୍ରୀ ।
ରାଜ୍ୟ ସରକାରଙ୍କ ପାଖରେ ଯୋଜନା କରିବା ପାଇଁ କୌଣସି ଆନ୍ତରିକତା ବା ଇଛାଶକ୍ତି ନାହିଁ, ଯୋଜନାକୁ ଫଳପ୍ରଦ କରିବାକୁ ଆର୍ôଥକ ସମ୍ବଳ ନାହିଁ, ଲୋକଙ୍କ ପାଖରେ ଯୋଜନାକୁ ପହଂଚାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ବି ନାହିଁ । କେବଳ କେନ୍ଦ୍ରର ସଫଳ ଯୋଜନାକୁ ନିଜସ୍ୱ ବ୍ରାଣ୍ଡିଙ୍ଗ୍ କରି ନିରୀହ ଓଡିଆ ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି ବିଜୁ ଜନତା ଦଳ । ମିଶନ ଶକ୍ତି ନାଁରେ ମହିଳାଙ୍କୁ ସ୍ୱାବଲମ୍ବନ କରାଇପାରିଥିବାର ଯେଉଁ ମିଛ ଡିଣ୍ଡିମ ରାଜ୍ୟ ସରକାର ପିଟୁଛନ୍ତି ତାହା ଉପରୁ ଏବେ ପର୍ଦ୍ଦା ଉଠିଯାଇଛି । ମିଶନଶକ୍ତିରେ ଋଣ ମିଳୁଥିବା ମହିଳାମାନଙ୍କୁ କେନ୍ଦ୍ର ସରକାର ୭ପ୍ରତିଶତ ସୁଧ ଦେଉଥିବାବେଳେ ରାଜ୍ୟ ସରକାର ୪ପ୍ରତିଶତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ନକରିବାରୁ ବ୍ୟାଙ୍କ କର୍ମଚାରୀମାନେ ଋଣ ଆଦାୟ ପାଇଁ ମହିଳାଙ୍କ ଘରକୁ ଯାଉଛନ୍ତି । ସହରାଚଂଳରେ ରହୁଥିବା ମହିଳାଙ୍କ ବେରୋଜଗାରି ହାର ପ୍ରତି ୧୦୦୦ରେ ୯୯ଜଣ ଥିବାବେଳେ ଓଡ଼ିଶାରେ ଏହାର ହାର ପ୍ରତି ୧୦୦୦ରେ ୨୧୯ଜଣ । ସ୍ୱାକ୍ଷରତା ହାରରେ ଓଡ଼ଶା ଭାରତର ୧୩ତମ ସ୍ଥାନରେ ଅଛି । ଆଜି ବି ଓଡ଼ିଶାର ୭୦ଲକ୍ଷ ମହିଳା ଏସ୍ଏଚଜିର ତାଲିକାଭୁକ୍ତ ଥିଲେ ସୁଦ୍ଧା ୭୦ପ୍ରତିଶତ ଏସ୍ଏଚଜି ରୋଜଗାର କରିବା ଅବସ୍ଥାରେ ନାହାନ୍ତି । ରାଜ୍ୟରେ ଥିବା ୭ଲକ୍ଷ ଏସଏଚଜିରୁ ମାତ୍ର ୫୮ହଜାର ୪୦୪ଟି ଏସଏଚଜି ଆଜିକା ଦିନରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାକି ମୋଟ ସଂଖ୍ୟାର ମାତ୍ର ୮ପ୍ରତିଶତ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୟୂରଭଞ୍ଜର ଜାମଦା ବ୍ଲକର ଖୋଦାନ ମୁଣ୍ଡା ନାମ୍ନୀ ମହିଳା ଯିଏ କି “ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ”ର ସଦସ୍ୟା, ନିଜସ୍ୱ ଅର୍ଥ ବିନିଯୋଗରେ ଧୂପକାଠି ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏହି ମହିଳାଙ୍କୁ ସରକାରଙ୍କ ତରଫରୁ ଆର୍ôଥକ ସହାୟତା ଯୋଗାଇ ଦିଆଯିବା ସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହ ନିହିତ ଅଛି ବୋଲି ମିଛ ବିଜ୍ଞାପନ କରିଥିଲେ । ଏହି ମିଛ ବିଜ୍ଞାପନ ବିରୋଧରେ ମହିଳା ଜଣକ ମୁହଁ ଖୋଲି କହିଥିଲେ, ସେ ରାଜ୍ୟ ସରକାରଙ୍କଠୁ କୌଣସି ସହାୟତା ପାଇନାହାନ୍ତି । ଧୂପକାଠି ଉତ୍ପାଦନ ସେ ନିଜ ଉଦ୍ୟମରେ କରିଛନ୍ତି । ସେହିଭଳି ଷ୍ଟୁଡିଓରୁ ଫଟୋ ଆଣି ବିଭିନ୍ନ ଯୋଜନାର ଲାଭାର୍ଥୀ ବୋଲି କହି ଫଟୋରେ ଥିବା ମଣିଷମାନଙ୍କୁ ପୋଷ୍ଟରମ୍ୟାନଭାବେ ସଜାଇ ଦେଉଛନ୍ତି ରାଜ୍ୟ ସରକାର । ମୋଦି ଦେଉଥିବା ବହିରେ ନିଜ ନାଁ ର ମଲାଟ୍ ପକାଉଛନ୍ତି ନବୀନ ସରକାର, ଯାହା ଗଣତନ୍ତ୍ରରେ ସ୍ୱୀକାର ଯୋଗ୍ୟ ନୁହଁ ବୋଲି କଟୁ ସମାଲୋଚନା କରିଛନ୍ତି ଡ.ଲେଖାଶ୍ରୀ ।