ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ। 25 ବର୍ଷ କ୍ଷମତାରେ ରହବା ସତ୍ତ୍ବେ ଚାଷୀ ରୋଦଗାର ବଢାଇବା ନେଇ କୌଣସି ପଦକ୍ଷେପ ନେଲେ ନାହିଁ ବିଜେଡି ସରକାର। ଆଉ ଏବେ ଧାନ କ୍ବିଣ୍ଟାଲ ପିଛା 31ଶହ ଟଙ୍କା ଦେବାକୁ ବିଜେପି ସରକାର ଅଗ୍ରସର ହେଉଥିବା ବେଳେ ଏହାକୁ ନେଇ ବ୍ୟକ୍ ଫୁଟରେ ବିଜୁ ଜନତା ଦଳ। ଏପରିକି ନିର୍ବାଚନ ସମୟରେ ବିଜେଡିର ନମ୍ବର ଟୁ ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ କଟାକ୍ଷ କରି କହିଥିଲେ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରତି ପୂରଣ କଲେ ଓଡ଼ିଶା 25 ବର୍ଷ ପଛକୁ ଚାଲିଯିବ।
ତେବେ ବିଶେଷଜ୍ଞଙ୍କ ମତ ଓଡ଼ିଶା ସରକାର ପ୍ରତିବର୍ଷ ବଜେଟର 10ରୁ 15 ପ୍ରତିଶତ ଖର୍ଚ୍ଚ କରିପାରୁନଥିଲେ। ସେହି ବଳକା ଅର୍ଥରେ କ୍ବିଣ୍ଟାଲ ପିଛା 31ଶହ ମୂଲ୍ୟରେ ଧାନ କିଣିବାରେ କୌଣସି ସମସ୍ୟା ହେବ ନାହିଁ। ମୋଦି ସରକାରଙ୍କ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ବ 10 ଗୁଣା ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପାଇଁ ସମ୍ବଳର ଅଭାବ ନାହିଁ। ତେବେ ଇଚ୍ଛା ଶକ୍ତି ଅଭାବରୁ ନିଜେ ଘୋଷଣା କରିଥିବା 100 ଟଙ୍କା ବୋନସ୍ ମଧ୍ୟ ଚାଷୀଙ୍କୁ ଦେଇପାରିନଥିଲେ ବିଜେଡି ସରକାର। ଆଉ ଏବେ ଯେତେବେଳ ବିଜେପି ସରକାର ନିଜ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା 31ଶହ ମୂଲ୍ୟ ଦେବାକୁ ଆଗକୁ ବଢୁଛି ବିଜୁ ତନତା ଦଳ ଏହାକୁ ହଜମ କରିପାରୁନାହିଁ। ନିଜ ସରକାରର ବିଫଳତା ଲୁଚାଇବାକୁ ଏମଏସପି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବିଜୁ ଜନାତା ଦଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର: