ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ, ବୁଥ ସମ୍ମୁଖରେ ଠିଆ ହୋଇ ପୋଲିସ ସହ ଆଲୋଚନା କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ହାତାହାତି ସ୍ଥିତି ହୋଇଥିଲେ । ପ୍ରଦୀପଙ୍କୁ ଶିବଶଙ୍କର ଓରଫ ପିଣ୍ଟୁ ଆକ୍ରମଣ କରିଥିବା ଅଭିଯୋଗ । ପ୍ରଦୀପଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିବଶଙ୍କର ଦାସ ହେଉଛନ୍ତି ବ୍ରହ୍ମପୁର ବିଧାନସଭା ସ୍ଵାଧୀନ ପ୍ରାର୍ଥୀ । ପ୍ରଦୀପ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ।