ଅଧିକ ପଢନ୍ତୁ : ବିଜେପିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ପ୍ରଥମ ବୈଠକ
ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମୋହର ବାଜିବା ନେଇ ଚର୍ଚ୍ଚା ହେଉଛି । ତେଣୁ ବିଜେପି ଖୁବ ଶୀଘ୍ର ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଜୋର୍ ଧରିଛି ଚର୍ଚ୍ଚା । ପ୍ରଥମ ପର୍ଯ୍ୟୟରେ ସେହି ପାର୍ଥୀଙ୍କ ନାଁ ଘୋଷଣା ହେବ ଯେଉଁଠି ବିଜେପି 2019ରେ ଖରାପ ପଦର୍ଶନ କରିଥିବା ଲୋକସଭା ନିର୍ବାଚନମଣ୍ଡଳୀକୁ ଗୁରୁତ୍ୱ ଦେଇଛି ଦଳ।ବିଜେପିର କିଛି ହେଭିୱେଟ ନେତାଙ୍କ ନାଁ ପ୍ରଥମ ପର୍ଯ୍ୟୟରେ ଆସିପାରେ।ଛତିଶଗଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରଖଣ୍ଡ, ଗୁଜୁରାଟ, ରାଜସ୍ତାନ,ଗୋଆ, କେରଳ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟର କିଛି ଲୋକସଭା ନିର୍ବାଚନ ମଣ୍ଡଳୀର ପାର୍ଥୀଙ୍କ ତାଲିକା ଆସିବ।ପ୍ରଥମ ପର୍ଯ୍ୟୟରେ ଓଡିଶାର ଅଳ୍ପ କେତୋଟି ଲୋକସଭା ଆସନ ପାଇଁ ପାର୍ଥୀଙ୍କ ନାଁ ଆସିପାରେ ।