ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନ ଓ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି ଶତାଧିକ ଲୋକେ । ସେହିଭଳି ଆଜି ଝାରସୁଗୁଡ଼ା ଜିଲ୍ଲା ବିଟି ଟିମ୍ ସ୍ଥିତ ବିଜେପି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା କିର୍ମିରା ବ୍ଲକ୍ ବିଭିନ୍ନ ପଞ୍ଚାୟତ ବିଜେଡି ଏବଂ କଂଗ୍ରେସର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।
ଏହି ମିଶ୍ରଣ ପର୍ବରେ ଝାରସୁଗୁଡା ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବଟି ଅନୁଷ୍ଠିତ ହୋଇଥିଲା ।
ସେହିପରି ରାୟଗଡା ଜିଲ୍ଲାର 4 ଜଣ ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ରାୟଗଡା ଜିଲ୍ଲା ବିଜେଡ଼ି ଉପସଭାପତି ଜଗନ୍ନାଥ ନୁଦୃକା, ବେଣୁଧର ଗାଡକା ପୂର୍ବତନ ସରପଞ୍ଚ ତେଲେଙ୍ଗାପଦର ପଂଚାୟତ, ରବି ନୁଦୃକା, ସରଦାପୁର ସମିତି ସଭ୍ୟ , ଶୁକ ବେହେରା ବିଜେଡ଼ି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।
ଅନ୍ୟପଟେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିବା ସହ ଆଗକୁ ବିଜେପିକୁ ଆହୁରି ଅନ୍ୟ ଦଳରୁ ନେତାମାନେ ଆସିବେ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ।
ଆହୁରି ପଢନ୍ତୁ ଓଡିଶା ଖବର...