ବରିଷ୍ଠ ନେତା କାଳନ୍ଦି ସାମଲ ଯୋଗଦେଇ ରାଜ୍ୟରେ ଜଣେ ମଦ ବ୍ୟାପାରି ଙ୍କ ଉପରେ ଯେଉଁ ଆଟି ରେଡ଼ ଚାଲିଛି ଏତେ ଅର୍ଥ ବାହାରୁଛି ଯେ ୩ ଦିନ ହେବ ବ୍ୟାଙ୍କ କର୍ମଚାରୀ ଓ ମେସିନ ଟଙ୍କା ଗଣି ପାରୁନାହାନ୍ତି ଏହା ଜଣେ ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁ ଙ୍କ ର ମଦ କମ୍ପାନୀ ଏବଂଏହାର ପରିଚାଳକ ଜଣେ ବିଜେଡି ନେତା ଏଥିରେ ବହୁ ବିଜେଡି ନେତା, ବିଧାୟକ, ସାଂସଦ ମନ୍ତ୍ରୀ ଓ ସରକାରୀ ଅଧିକାରୀ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ କଂଗ୍ରେସ ବିଜେଡି ମିଳିତ ଭାବେ ମଦ ବ୍ୟାପାର ରେ ସମ୍ପୃକ୍ତ ରହି ବାର୍ଷିକ ୫୦୦୦୦ କୋଟି ରୁ ଉର୍ଦ୍ଧ୍ବ ଦୁର୍ନୀତି ଚାଲୁଛି ବୋଲି ସେ କହିଥିଲେ । ରାଜ୍ୟରେ ମଦର ମହାନଦୀ ହେଉଛି ୨୪ ବର୍ଷ ବିଜେଡି ସରକାର ର ସଫଳତା ବୋଲି କହିଥିଲେ।ଯଦି ଜଣ ଙ୍କ ଘରୁ ଏତେ ଅର୍ଥ ବାହାରୁଛି ତେବେ ରାଜ୍ୟରେ ବିଜେଡି ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅଧିକାରୀ ଙ୍କ ଘରୁ କେତେ ଟଙ୍କା ବାହାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କର କୁଶ ପୁତଳିକା ଦାହ କରାଯାଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ପର୍ଶୁରାମ ବାରିକ, ରାଜେନ୍ଦ୍ର ସିଂହ, ବିଭୁତି ସାହୁ, ମନୋଜ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ନରେନ୍ଦ୍ର ସାହୁ, ଲୋକନାଥ ସାହୁ, ଶୋଭାଗିନୀ ପ୍ରଧାନ, ପ୍ରଶାନ୍ତ ନନ୍ଦ, ମିଲ୍ଲୀ ପ୍ରଧାନ, ସଂଯୁକ୍ତା ମହାରଣା, ମୃଣାଳିନୀ ପଟ୍ଟନାୟକ, ଯସ୍ମୀନ ପ୍ରଧାନ, ହିମାଂଶୁ ସାହୁ, ବିରଞ୍ଚି ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।