ସେପଟେ କଂଗ୍ରେସ ଏଥିରୁ ନିଜକୁ ଦୂରେଇବାକୁ କରିଛି ଚେଷ୍ଟା। ଧୀରଜ ସାହୁଙ୍କ ବ୍ୟକ୍ତିଗଡ଼ ବ୍ୟବସାୟ ସହ ପାର୍ଟିର କିଛି ଲେନ୍ ଦେନ୍ ନାହିଁ ବୋଲି ସଫେଇ ଦେଇଛି ଦଳ। ତେବେ ଚଟୁ ନିରାମିଷ ବେଣ୍ଟ ଆମିଷ ହେବ କିପରି ? ତେଣୁ କଂଗ୍ରେସକୁ ଘେରିବା ପାଇଁ ବିଜେପି କରିଛି ବଡ଼ ରଣନୀତି । ଆସନ୍ତାକାଲି ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବେ ବିଜେପି ସାଂସଦ। ସେପଟେ ଖୋଲୁଛି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟର ଗୁମର। ପଞ୍ଚମ ଦିନରେ ବି ଆୟକର ବିଭାଗର ମାରାଥନ୍ ଚଢାଉ ଜାରି ରହିଛି । ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡି ଲିଙ୍କ ସାମ୍ନାକୁ ଆସିଛି । ଅଭିଯୁକ୍ତ ଦୀପକ ସାହୁଙ୍କ କମ୍ପାନୀର ଗାଡ଼ି ବ୍ୟବହାର କରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ଶହଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ, ପ୍ରଦୀପ ଅମାତ, ଯୋଗେଶ ସିଂଙ୍କ ଭଳି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି । ତେଣୁ ବିଜେପିର ଭ୍ରଷ୍ଟାଚାର ବିରୋଧୀ ଗ୍ୟାରେଣ୍ଟିର ଶିକାର କେବଳ କଂଗ୍ରେସ ନୁହେଂ ବିଜେଡୁ ଉପରେ ବି ପଡ଼ିବ ବିଜେପି ଆନ୍ଦୋଳନର ସିଧା ସିଧା ପ୍ରଭାବ। କାରଣ ଏଯାଏ ଏ ପ୍ରସଙ୍ଗରେ ମୁହଁ ଖୋଲୁନି ବିଜୁ ଜନତା ଦଳ।
ଝାଡ଼ଖଣ୍ଡରୁ ଓଡ଼ିଶା ଯାଏ ଲମ୍ବିଛି ସାହୁ ପରିବାରର କଳା ସାମ୍ରାଜ୍ୟ । ଦୀର୍ଘବର୍ଷ ଧରି ଓଡ଼ିଶାରେ ବ୍ୟବସାୟ କରି ଓଡ଼ିଆଙ୍କ ଝାଳବୁହା ଧନ ଲୁଟ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନେ ମୁହଁରେ ତୁଣ୍ଡି ନ ବାନ୍ଧି ଉତ୍ତର ଦେବାକୁ ବାଧ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର