ସନ୍ଧ୍ୟା ସମୟରେ ଦେବରାଜ ଗାଁ ମନ୍ଦିର ମଣ୍ଡପରେ ଶୋଇଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନୋଜ ଉଦୟସିଂହ ଓ ତାଙ୍କର ଜଣେ ସାଥି ରବିନ୍ଦ୍ର ପ୍ରଧାନ ମିଳିତ ହୋଇ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦେବରାଜର ମୁହଁରେ ଶକ୍ତ ଆଘାତ ଲାଗିଥିଲା । ଦେବରାଜକୁ ପ୍ରଥମେ ଟାଙ୍ଗି ଓ ପରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଦେବରାଜର ମା ଡଲି ଜେନା ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଆହୁରି ପଢନ୍ତୁ ରାଜନୀତି ଖବର...