ଅର୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି ନିଜର ପରିଚୟ ଦେଉଥିଲେ। ସୋସିଆଲ ମିଡ଼ିଆ ସାହାଯ୍ୟରେ ବଡ଼ ବଡ଼ ପ୍ରତିଷ୍ଠିତ ଲୋକଙ୍କ ସହ ବନ୍ଧୁତା କରୁଥିଲେ। ପରେ ଘରକୁ ଡାକି ସାରୀରିକ ସମ୍ପର୍କ ରଖୁଥିଲେ, କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ।
ଏହାପରେ କାମ କରୁଥିଲା ଅର୍ଚନାଙ୍କ ମାଷ୍ଟର ପ୍ଳାନ। ସିକ୍ରେଟ ଫୋଟ ଭିଡ଼ିଓ ଦେଖାଇ ବ୍ଲାକ ମେଲ କରି ଅର୍ଚନା ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା। ଗତ ମେ ମାସରେ ଅର୍ଚନାଙ୍କ ନାଁରେ ଖଣ୍ଡଗିରି ଥନାରେ ମାମଲା ରୁଜୁ ହୋଇଥିବା ବେଳେ ନିକଟରେ ନୟାପଲି ଥାନାରେ ବ୍ଲାକ ମେଲ କରି 3 କୋଟି ଟଙ୍କା ଡିମାଣ୍ଡ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ସତ୍ୟବିହାର ଅଞ୍ଚଳରୁ ଅର୍ଚନାଙ୍କୁ ଗିରଫ କରିଛି ପୋଲିସ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।