ପରେ ଶବଟି ଭୂଷଣଙ୍କର ଜାଣିବା ପରେ ପୋଖରୀରୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ଓ ଧରାକୋଟ ତହସିଲଦାର ପହଞ୍ଚି ଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରି ତଦନ୍ତ ଚଳାଇଛି l ତେବେ ଭୂଷଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଡାକିବଜା ଗ୍ରାମର ଭୂଷଣ ନାୟକ ଗତ ଶୁକ୍ରବାର ଦିନ ଠାରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି ପରେ ବି କୌଣସି ସୂଚନା ପାଇ ନଥିଲେ। ହେଲେ ଆଜି ଗ୍ରାମର କିଛି ଲୋକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏକ ଗଳିତ ଶବ ଭାସୁଥିବା ଦେଖିବା ପାଇଥିଲେ।