ଅର୍ଗସ ବ୍ୟୁରୋ: ପୁଣି ଗଞ୍ଜାମ ଦିଗପହଣ୍ଡିରେ ଫୁଟିଲା ବୋମା । ଦୀପାବଳିରେ ଘର ଉପରକୁ ବୋମା ମାଡ଼। ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ଦିଗପହଣ୍ଡି କେନାଲ ସାହିରେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ରାଜେନ୍ଦ୍ର ସେଠୀଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର। କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା । ଗତ ୫ ଦିନ ତଳେ ଦିଗପହଣ୍ଡିର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା ବେଳେ ଆଜି ପୁଣି ବୋମା ଫୁଟିବା ପରେ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅର୍ଗସ ବ୍ୟୁରୋ : ସୁଭଦ୍ରାର ଗାଇଡ ଲାଇନ ପୁଣି ତିଆରି ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ କିଭଳି ସାମିଲ କରାଯିବ। ସେନେଇ ନୂଆ ଗାଇଡ ହେବ।ଦିନ ୩ଟା ରେ ଏନେଇ ନେଇ ବସିବ ବିଭାଗର ବୈଠକସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ୍ୟ ୬୭ ହଜାର ରେଜେକ୍ଟ ଲିଷ୍ଟ ଉପରେ ଆଲୋଚନା ହେବ।
ଅଧିକ ପଢନ୍ତୁ : ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫାଇ କରାଯିବ ସେନେଇ ନିଷ୍ପତ୍ତି ହେବ। ରିଜେକ୍ଟ ଲିଷ୍ଟ ଆବେଦାନକାରୀଙ୍କ ଉପରେ ପୁନଃ ବିଚାର କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତ୍ରୁତ୍ରିୟ ପର୍ଯ୍ୟାୟ ଟଙ୍କା ଆସିବ।