ସେ କହିଛନ୍ତି DSP, MHU ଓ ସ୍ଥାନୀୟ ମେଡିକାଲ ଟିମ ରହିଛନ୍ତି । ଏହି ଘଟଣା Food Poisoning କିମ୍ବା ହଇଜା ଦ୍ବାରା ଘଟିଛି , ତାହା ଟିମ ଫେରି ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ।
ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁରେ ଅଭାବନୀୟ ଘଟଣା । ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବ୍ରାହ୍ମଣୀ ଗାଁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ ଓ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆଉ ଜଣେ ଯୁବତୀଙ୍କର ଗଲା ଜୀବନ । ସେପଟେ ୬ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ କହିଛନ୍ତି DSP, MHU ଓ ସ୍ଥାନୀୟ ମେଡିକାଲ ଟିମ ରହିଛନ୍ତି । ଏହି ଘଟଣା Food Poisoning କିମ୍ବା ହଇଜା ଦ୍ବାରା ଘଟିଛି , ତାହା ଟିମ ଫେରି ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ।
ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି। ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ଅଧିକ ପଢନ୍ତୁ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ
ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ। ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। କାର୍ତ୍ତିକ ମାସ ପରେ ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।