ଅର୍ଗସ ବ୍ୟୁରୋ: ବାରରେ ଗୀତ ଗାଇବା ଛଡା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡ଼ଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡ ଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ସେହି ଲାଇସେନ୍ସିର ଲାଇସେନ୍ସକୁ ସରକାର ରଦ୍ଦ କରିବେ । ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ କରିବେ ତାର ମଧ୍ୟ ଆମେ ଗାଇଡ଼ ଲାଇନ ରେ ଉଲ୍ଲେଖ କରିଛୁ ତାକୁ ଉଲଂଘନ କଲେ ବି ଆକ୍ସନ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି ।
ଅର୍ଗସ ବ୍ୟୁରୋ : ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ପବନ ଶୁଷ୍କ ବାୟୁ ପାଇଁ ଉପକୂଳ ବାୟୁ ସାଙ୍ଗରେ ମିଶିବା ପରେ ବର୍ଷା ହେଉଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲା ରେ ଆଜି ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବ। ତା ସହ ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲା ରେ ବି ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବାରେ ସମ୍ଭାବନା ରହିଛି।
ଅଧିକ ପଢନ୍ତୁ : ନଭେମ୍ବରରେ ପୁଣି ବାତ୍ୟା ! ପାଞ୍ଜିର ଆକଳନକୁ ନେଇ ବଢିଲା ଚର୍ଚ୍ଚା
୨ ତାରିଖ ରେ ବର୍ଷା ହେବାର ନାହିଁ। ମାଲକାନଗିରି ଏବଂ କୋରାପୁଟ ରେ ହାଲକା ବର୍ଷା ହୋଇପାରେ। 3, 4,5 ତାରିଖ ରେ ପାଗ ଶୁଖିଲା ରହିବ। ବର୍ଷା ହେବାର ନାହିଁ। 6 ତାରିଖ ରେ ଉପକୂଳ ଓଡିଶା ରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 7 ତାରିଖ ରେ ମୟୁରଭଞ୍ଜ ଏବଂ କୋରାପୁଟ ରେ ବର୍ଷା ହୋଇପାରେ। ଆଗାମୀ ଦୁଇ ତିନିଦିନ ଗୁଳୁଗୁଳି ରହିବ।ଓଡିଶା କୁ ଶୀତ ଆସିବ। ବେଶୀ ଶୀତ ଅନୁଭୂତ ହେବ ନାହିଁ।