ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦେଶ ସ୍ବାଧୀନତାକୁ ପୂରିଛି ୭୭ ବର୍ଷ..... ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ....ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ।
୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି......ଦେଶ ନିର୍ମାଣ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମୋଦୀ ଉଦବୋଧନ ଦେଇଛନ୍ତି।
୩- ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଇତିହାସ ରଚିଛନ୍ତି
୪- ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଥିଲେ ଏହାପରେ ମୋହନ କହିଥିଲେ ମୋଦୀଙ୍କ ନେତୃତ୍ବରେ ଭାରତର ଅର୍ଥନୀତି ୫ ଟ୍ରିଲିୟନ ହେବ ବୋଲି
୫- ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା.......ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଗୋଟିଏ ଦିନ ଛୁଟି
୬- ସମ୍ବଲପୁର- ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡାଇବା ଘାଟଣା....ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣା ପଡିଛି....ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ
୭- କୋଲକାତାରେ ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ଖୁଲ୍ଲାସା....ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ, କୋଲକାତାରେ ସିବିଆଇର ଛାନଭିନ
୮- ସ୍ୱାଧୀନତା ଦିବସରେ ଆତ୍ମଘାତୀ ଆକ୍ରମଣ ଯୋଜନା.....ଦିଲ୍ଲୀ-ପଞ୍ଜାବରେ ହାଇଆଲର୍ଟ
୯- ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି
୧୦- ଏମରଜେନ୍ସି’ର ଟ୍ରେଲର ରିଲିଜ ପରେ ସାଂସଦ କଙ୍ଗନା ରଣାୱତ ହେଲେ ଇମୋସନାଲ....କହିଲେ ‘ଆଜିର ଦିନ ମୋ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ.....ମୁଁ ଏହି ମୁଭି କରିବାକୁ ଖୁବ ପରିଶ୍ରମ କରିବା ସହିତ ଅନେକ ସମସ୍ୟାର ସାମ୍ନାକୁ ବି କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯାହାକି ପରବର୍ତ୍ତୀ ପର୍ଯ୍ୟାୟ ରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି।ଯାହାର ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା।
ଅଧିକ ପଢନ୍ତୁ : ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରିଣ ଓଡିଶାରେ ହେବ ପ୍ରବଳ ବର୍ଷା। କିନ୍ତୁ କୌଣସି ୱାର୍ଣୀଙ୍ଗ ଏବେ ସୁଦ୍ଧା ଦିଆଯାଇନଥିବା ବେଳେ ପାଣିପାଗ ବିଭାଗ ସିଷ୍ଟମ ଉପରେ ନଜର ରଖିଛି।ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟାର କୌଣସି ଆକଳନ କରାଯାଇ ନାହିଁ ଚିତ୍ର ସ୍ପଷ୍ଟ ହେଲେ ତାହା ଜଣାଇ ଦିଆଯିବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସୀ ଲାଥୋର ନୂଆପଡ଼ା ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । ସେପଟେ ଅଭିଯୁକ୍ତ ଦୋଲାମନି ରଣାଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ଜଳ ପାକେର ଗାଁର ନାବାଳକ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଆଉ ଫେରି ନଥିଲେ ।
ଅଧିକ ପଢନ୍ତୁ : ମହାନଦୀରେ ଭାସିଯାଇ ନିଖୋଜ ୨ ନାବାଳକ
ପରିବାର ଲୋକ ଖୋଜାଖୋଜି ପରେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପରେ ଝଲିଆଲିତି ନିକଟରୁ ନାବାଳକର ମୃତଦେହ ଉଦ୍ଧାର କରିଥିଲା ଲାଠୋର ପୋଲିସ୍ । ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନକ ରୋଗର କାରଣ ହୋଇଥାଏ । ଏହା ବ୍ୟତୀତ ଉଚ୍ଚ କୋଲେଷ୍ଟ୍ରଲ ମଧ୍ୟ ରୋଗ ସୃଷ୍ଟି କରିଥାଏ । ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବା ପାଇଁ ଆପଣଙ୍କୁ ଅଧିକ କିଛି କରିବାର ଆବଶ୍ୟକତା ନାହିଁ, କେବଳ ଆପଣ ଦିନକୁ ଦୁଇଥର ଖାଉଥିବା ରୁଟି ତିଆରି କରିବାର ପଦ୍ଧତିକୁ ପରିବର୍ତ୍ତନ କରନ୍ତୁ । ଅଟା ରେ କିଛି ଜିନିଷ ମିଶାନ୍ତୁ ଯେଉଁଥିପାଇଁ ତୁମର ରୋଟି ସୁସ୍ଥ ହୋଇଯିବ ଏବଂ ତୁମର ଓଜନ ମଧ୍ୟ ହ୍ରାସ ପାଇବ । ଏହି ରୋଟି ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ମଧ୍ୟ ହ୍ରାସ ପାଇବ ।
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅଳସୀ ମିଶାନ୍ତୁ:- ଅଳସୀ ମଞ୍ଜି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ମଞ୍ଜି ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ । ଏହି ମଞ୍ଜିକୁ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ । ଅଟା ଚକୋଡିବା ସମୟରେ ୨-୪ ଚାମଚ ସେହି ପାଉଡର ମିଶାଇ ଅଟାକୁ ଗୋଳାନ୍ତୁ । ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ଵାରା ଉଚ୍ଚ କୋଲେଷ୍ଟ୍ରଲ କମିଯାଏ । ଏହା ହୃଦୟ ପାଇଁ ମଧ୍ୟ ସୁସ୍ଥ ଅଟେ ।
ଓଟସ୍ ମିଶ୍ରଣ କରନ୍ତୁ:- ସାଧା ଓଟସ୍ ଗ୍ରାଇଣ୍ଡ୍ କରି ପାଉଡର ପ୍ରସ୍ତୁତ କରନ୍ତୁ । ଅଟାରେ କିଛି ଓଟସ୍ ମିଶାଇ ଅଟା ପ୍ରସ୍ତୁତ କରନ୍ତୁ । ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ମୋଟାପଣ କମିଯାଏ । ଏହା ଉଚ୍ଚ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଓଟସ୍ ରେ ଦ୍ରବଣୀୟ ଫାଇବର ରହିଥାଏ ଯାହା ଖରାପ କୋଲେଷ୍ଟ୍ରୋଲକୁ ଶିରାରୁ ବାହାର କରିଥାଏ ।
ଭୁସି:- ଫାଇବର ସମୃଦ୍ଧ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମିଯାଏ । ଏଥିପାଇଁ ଭୁସି ଅଟା ରେ ମିଶାନ୍ତୁ । ଏହି ରୋଟି ଖାଇବା ଦ୍ୱାରା ପେଟ ସଫା ହୋଇଥାଏ ଏବଂ ମେଦବହୁଳତା ମଧ୍ୟ କମିଯାଏ । ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ ମଧ୍ୟ କମିବା ଆରମ୍ଭ କରେ ।
ଚଣା ଅଟାରେ ମିଶାନ୍ତୁ:- ଉଚ୍ଚ କୋଲେଷ୍ଟ୍ରଲ ରୋଗୀ ହେଙ୍ଗୁ ରୁଟି ଖାଇବା ଦ୍ଵାରା ଏଥିରେ ଫାଇବରରେ ଭରପୂର ଅନ୍ୟ ଶସ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ । ଏଥିପାଇଁ ଗହମ ଅଟାରେ କିଛି ଚଣା ଗୁଣ୍ଡ ମିଶାନ୍ତୁ । ଚଣା ଗୁଣ୍ଡ ବଜାରରେ ସହଜରେ ଉପଲବ୍ଧ । ଏହା ଆପଣଙ୍କ ରୁଟିକୁ ବହୁତ ସୁସ୍ଥ କରିବ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...