ଫଳରେ କୋଟି କୋଟି ଟଙ୍କା ଏବେ ବି ପଡ଼ି ରହିଛି । ଏପରିକି ଶ୍ରମିକଙ୍କୁ କାମରେ ନ ଲଗାଇ ମେସିନ ସାହାଯ୍ୟରେ ପୋଖରୀ, ଖେଳ ପଡିଆ, ଗାଁ ରାସ୍ତା କାମ କରି ଅର୍ଥ ହଡପର ରହିଛି ଅଭିଯୋଗ । ବିନା ପିସିରେ ଜିଲ୍ଲାରେ କୌଣସି କାର୍ଯ୍ୟ ହେଉନଥିବା କହିଛନ୍ତି ଶ୍ରମିକ ନେତା ସନ୍ତୋଷ ବେହେରା । ସେହିପରି ଜଣେ ଶ୍ରମିକ କହିଛନ୍ତି ଜବ କାର୍ଡରେ କାର୍ଯ୍ୟ କରି ମଧ୍ୟ ତାଙ୍କୁ ମାସେ ହେବ ପାଉଣା ମିଳିନାହିଁ ।
ସେହିଭଳି ଏକମାଣିଆ ପଞ୍ଚାୟତ ନଳପାଇ ଗାଁର ଜଣେ ମହିଳା କହିଛନ୍ତି, ସେ NREGS ଯୋଜନାରେ କାମ କରି ଏପର୍ଯ୍ୟନ୍ତ ପାରିଶ୍ରମିକ ପାଇନାହାନ୍ତି । ବାରମ୍ବାର ପ୍ରଶାସନ ନିକଟକୁ ଧାଇଁ ଧାଇଁ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।
ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ କହିଲେ, ମୋ ପାଖେ କେନ୍ଦ୍ରାପଡ଼ା ଜିଲ୍ଲାର ସଠିକ ରିପୋର୍ଟ ନାହିଁ । ଏଥିରୁ ଜଣାପଡୁଛି ଜିଲ୍ଲାରେ କେମିତି ଚାଲିଛି ବିକାଶ ମୂଳକ କାର୍ଯ୍ୟ ।
କେନ୍ଦ୍ର ଦେଉଛି, ରାଜ୍ୟରେ ବାଟମାରଣା । ଶ୍ରମିକଙ୍କ ଯୋଜନା ମନରେଗାରେ ଖୁଲମ୍ ଖୁଲା ହରିଲୁଟ୍ । ଆଉ ପଚାରିଲେ ନିଜେ ପ୍ରଶାସନ ହିଁ କଥାକୁ ଦେଉନି ଗୁରୁତ୍ବ । ତାହେଲେ ଏଠି ଅବହେଳିତ ଶ୍ରମିକଙ୍କୁ ତାଙ୍କ ପରିଶ୍ରାମିକ ଦେବ କିଏ? ଯୋଜନାକୁ ସଠିକ୍ ବାଟରେ ଲଗାଇବା କାମ କାହାର? ଏ ପ୍ରଶ୍ନର ଉତ୍ତର ଦେବେ କି ରାଜ୍ୟ ସରକାର?