ଗତକାଲି ସେହିପରି ଗ୍ରାମାଞ୍ଚଳ ପୋଲିସ 17.85 ବ୍ରାଉନ ସୁଗାର ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି। ରାଣୀତାଲ ରମ୍ଭିଳା କେନାଲ ରୋଡ଼ ନିକଟରେ MV ଚେକିଂ ସମୟରେ ଏକ ବୁଲେଟ ନେଇ ଆସୁଥିବା ଦୁଇ ଜଣ ଯୁବକଙ୍କୁ ଅଟକାଇବାରୁ ତାଙ୍କ ନିକଟରୁ 17.85 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଗ୍ରାମାଞ୍ଚଳ ପୋଲିସ। ସେହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 3 ଟି ମୋବାଇଲ ଓ ଗୋଟିଏ ବୁଲେଟକୁ ଜବତ କରିଛି ପୋଲିସ।
ଏହାର ଆନୁମାନିକ ମୂଲ୍ୟ 2 ଲକ୍ଷ୍ୟ ଟଙ୍କା ହେବା ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଦୁଇ ଜଣ ଅଭିଯୁକ୍ତ ହେଲେ ତପନ ମଲ୍ଲିକ ଚରମ୍ପା ଅଞ୍ଚଳର, ଅନ୍ୟ ଜଣେ ଅଭିଯୁକ୍ତ ହେଲେ ଅନିଲ ନାୟକ ତାଙ୍କ ଘର ବିରିଗଡିଆ ଚରମ୍ପା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗ୍ରାମାଞ୍ଚଳ ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର